ବିଜେଡି ପାଇଁ ସାଇକେଲରେ ବୁଲି ପ୍ରଚାର କରିବା ସହ ଭୋଟ୍ ମାଗୁଛନ୍ତି ହୃଷିକେଶ

ବିନିକା : ବିଜେଡି ପାଇଁ ସାଇକେଲ୍‌ରେ ବୁଲି ବୁଲି ପ୍ରଚାର । ବିଜୁ ଜନତା ଦଳର ନିର୍ବାଚନ ହେଉ କି ଦଳୀୟ ସଭା ସମିତି ହେଉ । ନିଜର ସମସ୍ତ କାମ ଛାଡି ସେହି ସ୍ଥାନରେ ପହଞ୍ଚିଯାଆନ୍ତି ହୃଷିକେଶ ପଣ୍ଡା । ସାଇକେଲ୍‌ରେ ବୁଲି ବୁଲି ଦଳ ପାଇଁ ମଧ୍ୟ ପ୍ରଚାର କରିଥାନ୍ତି । ସୋନପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ଗାଁରେ ହୃଷିକେଶ ପଣ୍ଡା ଦଳ ପାଇଁ ଏପରି କରିଥାନ୍ତି ।

ଖବର ଅନୁଯାୟୀ, ବିଜୁ ଜନତା ଦଳକୁ ଭଲ ପାଉଥିବା  ତଥ୍ୟା ମୁଖ୍ୟମନ୍ତ୍ରୀଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌ । ସୋନପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଯେଉଁଠୀ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହୋଇଥାଏ । ସେହି ସ୍ଥାନରେ ସେ ଉପସ୍ଥିତ ରହିଥାଆନ୍ତି l ଜିଲ୍ଳାର ଯେକୌଣସି ସ୍ଥାନରେ ବିଜେଡି  ପକ୍ଷରୁ କାର୍ଯ୍ୟକ୍ରମ ହୋଇଥାଏ, ସେହି ସ୍ଥାନକୁ ସାଇକେଲ ଯୋଗେ ପହଞ୍ଚି ଯାଇଥାନ୍ତି l

ଆଉ ଏବେ ପଞ୍ଚ୍ୟାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ୱାର୍ଡ ୱାର୍ଡ ବୁଲି ପ୍ରଚାର କରୁଛନ୍ତି l ହୃଷୀକେଶ ନିଜ ଜୀବନଠୁ ବି ଅଧିକ ନବୀନ ପଟ୍ଟନାୟକ ଏବଂ ବିଜେଡି ଦଳକୁ ଭଲ ପାଇବା ସହ ମୋ ଦେହରେ  ବିଜେଡି ରକ୍ତ ରହିଥିବା କହିଛନ୍ତି l ଯେତେଦିନ ପର୍ଯ୍ୟନ୍ତ ବିଜେଡି ଦଳ ରହିଥିବ, ନବୀନ ପଟ୍ଟନାୟକ ରହିଥିବେ । ସେତେଦିନ ପର୍ଯ୍ୟନ୍ତ ସାଇକେଲରେ ଦଳ ପାଇ ପ୍ରଚାର କରିବେ ବୋଲି ହୃଷିକେଶ କହିଛନ୍ତି l

Leave a Reply

Your email address will not be published. Required fields are marked *