ଖଣ୍ଡପଡା : ସ୍କୁଲ ମିଶ୍ରଣକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଘଟଣା ଘଟିଛି ଖଣ୍ଡପଡା ବ୍ଲକ ପଥୁରିଆ ଗାଁରେ । ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ପଥୁରିଆ ଗାଁର ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ବନମାଳୀପୁର ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ହେଲେ ଏହି ମିଶ୍ରଣକୁ ବିରୋଧ କରିଛନ୍ତି ପଥୁରିଆ ଗାଁର ଲୋକମାନେ ।
ବନମାଳୀପୁର ସ୍କୁଲଟି ବହୁତ ଦୂର ଥିବାବେଳେ, ଛୋଟ ପିଲାଙ୍କ ପାଇଁ ସେଠାକୁ ପାଠପଢି ଯିବା କଷ୍ଟକର ବୋଲି ଦର୍ଶାଇଛନ୍ତି ଗ୍ରାମବାସୀ । ତେବେ ସରକାରଙ୍କ ମିଶ୍ରଣ ନିଷ୍ପତ୍ତି ବିରୋଧ କରି ପଥୁରିଆ ଗ୍ରାମବାସୀ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ତ ହେଲେ । ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗ୍ରାମବାସୀଙ୍କ ସପକ୍ଷରେ ଯାଇଥିଲା । ହେଲେ ନିଷ୍ପତ୍ତିକୁ ଶିକ୍ଷା ବିଭାଗ ନ ମାନିବାରୁ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
