ପୁରୀ : ପୁରୀ ଚନ୍ଦନପୁର ଥାନା ଏ.ଏସ୍.ଆଇଙ୍କ ଗୁଣ୍ଡାଗର୍ଦି ! ଥାନା ଭିତରେ ଆଇନିଜିବୀକୁ ମରଣାତ୍ମକ ଆକ୍ରମଣ । ଗଳା ଧକ୍କା ସହ ତଳେପକାଇ ମାଡାମାରିଥିବା ଅଭିଯୋଗ । ଚନ୍ଦନପୁର ଥାନାର ଏ.ଏସ୍.ଆଇ ପ୍ରକାଶ ମହାନ୍ତିଙ୍କ ନାଁରେ ସଙ୍ଗିନୀ ଅଭିଯୋଗ । କୈାଣସି କାର୍ଯ୍ୟରେ ପୁରୀର ପରିଚିତ ଆଇନିଜିବୀ ଚିନ୍ମୟ ଦାସ ଗତକାଲି ସଂଧ୍ୟାରେ ଚନ୍ଦନପୁର ଥାନା ଯାଇଥିଲେ ।
ଥାନା ପରିସର ଭିତରେ ବାଇକ୍ ରଖିଦେଇଥିଲା । ଏହା ପରେ ଏ.ଏସ୍.ଆଇ ପ୍ରକାସ ମହାନ୍ତୀଙ୍କ ରାଗ ପଞ୍ଚମରେ ପହଁଞ୍ଚିଥିଲା । ଚିନ୍ମୟ ଦାସ ବାଇକ୍ ପାଖରେ ପହଁଞ୍ଚିବା ବେଳେ ପ୍ରକାସ ମହାନ୍ତୀ ରାଗି ଅନେକ ଗାଳିଗୁଲଜ କରିଥିଲେ, ଏହାପରେ ଚାଲିଯାଇଥିଲେ । ଚିନ୍ମୟ ଦାସ ନିଜ ଭୁଲ ବୁଝିପାରି ଏ.ଏସ୍.ଆଇ ପ୍ରକାଶଙ୍କୁ ଭୁଲ ମାଗିବାକୁ ଯାଇଥିଲେ । କିନ୍ତୁ ପ୍ରକାସ ମହାନ୍ତୀ ଆଇନିଜିବୀଙ୍କୁ ଅର୍ତକୀତ ଭାବରେ ଗଳା ଧକା ଦେଇ ତଳେପକାଇ ମାଡମାରିଥିବା ଚିନ୍ମୟ ଦାସ ଅଭିଯୋଗ କରିଛନ୍ତି ।
ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଆହତ ହୋଇ ଚିନ୍ମୟ ଡାକ୍ତର ଖାନାରେ ଚିକିସ୍ଥା ହେବାପରେ ଘରକୁ ଫେରିଛନ୍ତି । ପୁରୀ ଏସପିଙ୍କ ନିକଟରେ ୧୦ଟା ରେ ଫେରାଦ ହେବେ ବୋଲି ସୂଚନା ଦେଇଛନ୍ତି ।
