ଧର୍ମଗଡ : ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତରଙ୍କ ନିସ୍ତୁକ ମାଡ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଏପରି ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଖବର ଅନୁଯାୟୀ, ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା ହସ୍ପିଟାଲକୁ ଆସିଥିବା ଧର୍ମଗଡ ବସ୍ତିପଡାର ଜଣେ ରୋଗୀଙ୍କୁ କୌଣସି କଥାକୁ ନେଇ ରାଗିଯାଇଥିଲେ । ଏହା ପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି l ତେବେ କେଉଁ କାରଣକୁ ନେଇ ଡାକ୍ତର ଏମିତି କାଣ୍ଡ କରିଛନ୍ତି ତାହା ଅସ୍ପଷ୍ଟ ରହିଛି l
