ବ୍ଲକ ଅଧ୍ୟକ୍ଷଙ୍କୁ ଭୋଟ୍ ଦେବାକୁ ସମିତିସଭ୍ୟଙ୍କୁ ଇଶ୍ୱରଙ୍କ ନାମରେ ଶପଥପାଠ କରାଉଛନ୍ତି ବିଧାୟକ

ଖୋର୍ଦ୍ଧା : ଆଜି ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରତି ବ୍ଲକରେ ନିର୍ବାଚନ ଚାଲିଛି । ଅଧ୍ୟକ୍ଷଙ୍କୁ  ନିର୍ବାଚନରେ ଭୋଟ ଦେବା ପାଇଁ  ସମିତି ସଭ୍ୟମାନଙ୍କୁ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଇଶ୍ୱରଙ୍କ ନାମରେ ଶପଥ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ସମିତି ସଭ୍ୟମାନେ ଏକ ଶିବ ମନ୍ଦିରରେ ଇଶ୍ୱରଙ୍କ ନାମରେ ଶପଥପାଠ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଖୁବ ଭାଇହରାଲ ହେଉଥିବାବେଳେ ଘଟଣା ସମ୍ପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନ୍ୟପଟେ ଚିଲିକା ନିର୍ବାଚନୀ ମଣ୍ଡଳରେ ମଧ୍ୟ ଏମିତି ଏକ ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ସମ୍ମୁଖରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଚିଲିକା ବିଧାୟକ ଜୋରଜବରଦସ୍ତି ବ୍ଲକ ଭିରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ କିଛି ପୋଲିସ ଅଧିକାରୀ ତାଙ୍କୁ ଅଟକାଇଥିଲେ । ହେଲେ ବିଧାୟକଙ୍କ ଗାଡି ଧସେଇ ପସିବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।  ଫଳରେ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଲୋକେ ଆକ୍ରମଣ କରିବା ସହ ତାଙ୍କ ଗାଡି ଭଙ୍ଗାରୁଜା କରିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *