ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ

ପୁରୀ : ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ।  ପୁରୀ ଜଗନ୍ନାଥ ମନ୍ଦିର ପରିସର ଭିତରକୁ ମୋବାଇଲ ନେବା ମନା । ହେଲେ ସୁନ୍ଦରଗଡ଼ର ଜଣେ ଯୁବକ ମହାପ୍ରଭୁଙ୍କ ମନ୍ଦିର ଭିତରକୁ ମୋବାଇଲ ନେଇ ମନ୍ଦିରର ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୁନ୍ଦନ ସାହୁ ନାମକ ଜଣେ ଯୁବକ ନିଜର ଷ୍ଟାଟସରେ ମନ୍ଦିର ଭିତରର ଫୋଟୋ ଅପଲୋଡ଼ କରିଛନ୍ତି ।

ଯୁବକ ଜଣକ ସୁନ୍ଦରଗଡ ସହରର ରାଣୀବଗିଚା ଅଂଚଳର ବୋଲି ଜଣାପଡିଛି । ବର୍ତ୍ତମାନ ଯୁବକ ଅପଲୋଡ଼ କରିଥିବା ମନ୍ଦିରର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ, ଯୁବକ ଜଣକ କିପରି ମନ୍ଦିର ଭିତରକୁ ମୋବାଇଲ ନେଲେ ଏନେଇ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ପୋଲିସ ଚେକିଂ କରିଥାଏ । ହେଲେ ପୋଲିସ କେଉଁଭଳି ଭାବରେ ଚେକିଂ କରୁଛି, ସୁରକ୍ଷା ବ୍ୟବସ୍ଥା କେତେ କଡାକଡି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

Leave a Reply

Your email address will not be published. Required fields are marked *