ମନ୍ଦିରରୁ ଅଷ୍ଟଧାତୂ ମୂର୍ତ୍ତି ଚୋରି

ପୁରୀ  : ପୁଣି ମାତିଲେ ମୃର୍ତ୍ତି ଚୋର । ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ । ପୁରୀ ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି ।

ଖବର ଅନୁଯାୟୀ, ଆନ୍ତ ରାଜ୍ୟ ମୂର୍ତ୍ତି ଲୁଟେରାଙ୍କ ଟାର୍ଗେଟରେ ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଥିବାବେଳେ, ଶୁକ୍ରବାର ବିଳମ୍ବିତ ରାତିରେ ଚଦନପୁର ଥାନା ଅନ୍ତର୍ଗତ ବୀରନରସିଂହପୁରୁର ଗୋପୀନାଥ ଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୁତ୍ତ । ମା ବନଦୁର୍ଗା, କନକଦୁର୍ଗା, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଲୋକନାଥଙ୍କ ମୂର୍ତ୍ତି ସମେତ ସମସ୍ତ ଅଳଙ୍କାର ମଧ୍ୟ ଚୋରୀ କରିନେଇଛନ୍ତି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୋଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟଲୋକେ ।

Leave a Reply

Your email address will not be published. Required fields are marked *