ସୋର : ପଚା ଘଡେଇ କଣ ବାଗୁଡିର ମହା ପୁରୁଷ କି ? ତା ପ୍ରତି ଏତେ ପ୍ରେମ କଣ ପାଇଁ ! ସୋର ତହସିଲଦାର ବା ମାଇନିଂ ବିଭାଗ ପଚାଘଡେଇ ସହ ଘଇତା ମାଇପ ଭଳି ସମ୍ପର୍କ କାହିଁକି ରଖୁଛନ୍ତି। ସୋର ତହସିଲରୁ ଗାଡି ବାହାରିଲା ବେଳକୁ ପଚାଘଡେଇ ବେଆଇନ ପଥର ପରିବହନ ପୁରା ବନ୍ଦ। ସେ ଯାଣୁଛି କେମିତି କିଏ ସେ ଡକାୟତ ବେଧଛୁଆ ତାକୁ ଖବରଦେଉଛି ତାର ଟେର କେମିତି ପାଉନାହାନ୍ତି ତହସିଲଦାର ମହୋଦୟ ତାହା ବଡ ପ୍ରଶ୍ନ। ସବୁଠାରୁ ଆଶ୍ଚର୍ଯ୍ୟର କଥା ସୋର ବାଗୁଡିର ପଥର ଖାଦାନ ଗୁଡିକି ଠିକାନେଇଥିବା ମାଇନିଂ ବିଭାଗର ବଡ ବାବୁ ମାନେ ବାଗୁଡି ଖାଦାନକୁ ଆସୁଛନ୍ତି ଯାଉଛନ୍ତି କିନ୍ତୁ କାମ ଗୁଲାଆଳୁ ହେଉଛି।

ସେପଟେ ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ମାଇନିଂ ବିଭାଗର ନିର୍ଦିଷ୍ଟ କେତେଜଣଙ୍କ ଇଙ୍ଗିତରେ ବାଗୁଡିରେ ଖେଳ ଚାଲିଛି। ତହସିଲଦାର ଦୈନିକ ଫାଇନ କାଟୁଛନ୍ତି କିନ୍ତୁ ତାହାକେବଳ ଦେଖେଇବା ପାଇଁ। ବାସ୍ତବରେ କେବଳ ପଚା ଘଡେଇ ଯେତିକି ବେଆଇନ ପଥର ପରିବହନ କରୁଛି ଖାଲି ତା ଉପରେ ତହସିଲଦାର ଫାଇନ କଲେ ଦୈନିକ ଲକ୍ଷାଧିକ ଟଙ୍କାର ଫାଇନ କଟାଯାଇ ପାରିବ। କିନ୍ତୁ ପଚାଘଡେଇ ଫାଇନ ନଦେବା ପାଇଁ ସୋର ତହସିଲ ଆଗରେ ଲୋକ ଜଗେଇଛି। ସୋର ଥାନା ମନ୍ଦିର ଆଗରେ ଥିବା ପାନ ଦୋକାନରେ ୮ରୁ ୧୦ଟା ଭେଣ୍ଡିଆ ଉଚାଛାତିବାଲା ଟୋକା ଜଗୁଛନ୍ତି ସେ ମଧ୍ୟରୁ କିଛି ଟୋକାଙ୍କ ଫଟ ଆମ ପାଖରେ ଅଛି। ଏମାନଙ୍କୁ କୁଆଡେ ପଚା ,ବାବୁନିଙ୍କ ସହ କିଛି ବଡ ବଡ ବେଆଇନ ଖାଦାନ , କ୍ରସର ଓ ଟ୍ରକ ମାଲିକ ଦରମା ଦେଇ ଜଗାଇଛନ୍ତି। ତେବେ ସୋର ପୋଲିସ ମଧ୍ୟ ଜୀବନରେ ପଚାର ବେଆଇନ ପଥର ଗାଡି ଥରେବି ଧରିନି କିନ୍ତୁ ବାଲିଗାଡି ଧରିବାର ମାଷ୍ଟର। ସେଇଥି ପାଇଁତ ସାଧାରଣ ଲୋକ ପଚାରିଲେଣି କେବଳ କଣ ବାଲିଗାଡି ବେଆଇନ ଚାଲିଛି ? ତେବେ ଦେଖିବାକୁ ବାକି ପଚାଘଡେଇର ବେଆଇନ ପକ୍କା ସାମ୍ରାଜ୍ୟକୁ କେବେ ଆଇନର ବୁଲଡୋଜର ଲଗେଇ ତହସିଲଦାର ବା ଜିଲ୍ଲାପାଳ ଭାଙ୍ଗୁଛନ୍ତି ତାହା ସମୟ କହିବ।
