ଏପ୍ରିଲ ୨୯ ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଏପ୍ରିଲ ୨୯ ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ହେବ । ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଛାତ୍ରଛାତ୍ରୀ ଯଥା ସମ୍ଭବ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବେ । ନିଜ ସ୍କୁଲରେ ନ ହୋଇ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ସୂଚନା ମୁତାବକ, ୩ ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ଫଳାଫଳ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତି ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ୍‌ ଆସେସମେଣ୍ଟର ୨ ଗୁଣ । ସେହିପରି ଦ୍ବିତୀୟ ପଦ୍ଧତି ହେଉଛି ସମ୍ମେଟିଭ୍‌-୨ ର ମାର୍କ ୨ ଗୁଣ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ୍‌ ଆସେସମେଣ୍ଟର ୨୦% , ସମ୍ମେଟିଭ-୧ ରୁ ୩୦%, ସମ୍ମେଟିଭ-୨ ରୁ ୫୦% ନିଆଯାଇ ମାର୍କିଂ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ, ତାହା ଚୂଡ଼ାନ୍ତ ହେବ । ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ପରୀକ୍ଷା ମଧ୍ୟ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ । ଏପ୍ରିଲ ୨୯ ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

Leave a Reply

Your email address will not be published. Required fields are marked *