ସ୍ପଷ୍ଟ କଲେ ଜେଇ ରାଜନୈତିକ ଚାପ ନାହିଁ : ଅଧିକ ବିଲ୍ କରିବାକୁ ବାଧ୍ୟକରାଯାଉଛି

ସୋର : ପୁଣି ଚର୍ଚ୍ଚାରେ ଅନନ୍ତପୁର ସରପଞ୍ଚ ଓ ଜେଇ ଉଭୟଙ୍କ କଥାକଟା କଟିରେ ସତ ସାମ୍ନାକୁ ଆସିପାରୁନଥିବା ବେଳେ ରାଜନୈତିକ ଚାପକୁ ପ୍ରତ୍ୟକ୍ଷାନ କରିଛନ୍ତି ଜେଇ। ସେପଟେ ସରପଞ୍ଚ ଧାରଣା ବସିବାର ଚେତାବନି ଦେଇଥିବା ବେଳେ ବିଡିଓ ଘଟଣା ପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି। ୨୫ତାରିଖରେ ସରପଞ୍ଚ ଏକ ପ୍ରେସମିଟରେ ଜେଇ ୧୫ରୁ ୩୦ଲକ୍ଷା ଟଙ୍କାର ବିଲ କରାଇବାକୁ ଦେଉନଥିବା କହିଥିଲା ବେଳେ। ଅନନ୍ତପୁର ପଞ୍ଚାୟତ ଦାଇତ୍ବରେ ଥିବା ଜେଇ ଆଜି ମୁହଁ ଖୋଲି କହିଛନ୍ତି କାମ ଯେତିକି ହୋଇଛି ସେଗୁଡାକ ବିଲ କରାଯାଇଛି ମନଇଛା ୮ଜଣଙ୍କ କାମକୁ ୨୦ଜଣ କଲେ ୨୦ଜଣଙ୍କୁ ଟଙ୍କା ଦେଇହେବନି , ଏହାଛଡା ସେ କହିଛନ୍ତି ମୋ ପୁର୍ବରୁ କିଛି କାମ ହୋଇଛି ସେଗୁଡା କାମ ଠିକ୍ ଭାବେ ହୋଇଛି କି ନାହିଁ ତଦାରକ କରାଇ ବିଲ୍ କରାଯିବାକଥା ବିଡିଓ ଏଘଟଣା ସମ୍ପର୍କରେ ଯାଣିଛନ୍ତି ଯାହା କରିବେ ସେ କରିବେ। ତେବେ ବିଡିଓ ଆଉଜଣେ ଜେଇକୁ ନେଇ ହୋଇଥିବା କାର୍ଯ୍ୟକୁ ମାପିଲେ କେତେ କାମ ହୋଇଛି ତାର ସତ୍ୟତା ଆସିପାରିବ ଏବଂ ସରପଞ୍ଚ ଜେଇଙ୍କ ଲଢେଇର ପୂର୍ଣ୍ଣଛେଦ ପଡିବ ବୋଲି ଆଶାକରାଯାଇଛି। ସେପଟେ କାମର ଠିକ୍ ଭାବେ ବିଲ କରାନଯାଇ ଅଧିକ ବିଲ କରାଇଲେ ଆମେ ଭିଜିଲାନ୍ସର ଦ୍ବାରସ୍ତ ହେବୁ ବୋଲି ଅନନ୍ତପୁର ସାଧାରଣ ଜନତା ମଞ୍ଚ କହିଛି।

Leave a Reply

Your email address will not be published. Required fields are marked *