CWCର ସୁରଖ୍ୟା କବଚ ପିନ୍ଦି ମୁକୁଳୁଛନ୍ତି କି ପୁରୁବାଇ କନ୍ୟାଶ୍ରମର ସେକ୍ରେଟାରି ସୁମତି ମହାନ୍ତି !

ବାଲେଶ୍ବର : ” କନ୍ୟାଶ୍ରମରେ ସେକ୍ରେଟାରୀ ପିଟୁଛନ୍ତି , ବହୁତ ପିଟୁଛନ୍ତି / ଖାଇବାକୁ ଦେଉନାହାନ୍ତି / ମୁଁ ଜିଲ୍ଲାପାଳଙ୍କ ପାଖକୁ ଯିବି , ଆଉ କେଣେ ଜିବିନି ” । ସନ୍ଦେହରେ ବାଲେଶ୍ବର ଶିଶୁ ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟ ! ଜିଲ୍ଲାପାଳଙ୍କ ପାଖରେ ପହିଞ୍ଚିନି ନାବାଳିକାଙ୍କ ଗୁହାରି ! କାହିଁକି ଏପର୍ଯ୍ୟନ୍ତ ଏଫ ଆଇ ଆର ହୋଇନି ସମ୍ପ୍ରୁକ୍ତ ସମ୍ପାଦିକାଙ୍କ ନାମରେ ? CWC ଅଧିକାରୀ କହୁଛନ୍ତି ତଦନ୍ତ ହେବ ! ଏ ତଦନ୍ତର ଦିଗ ଆଗରୁ ବହୁଥର ଦେଖିବାକୁ ମିଳିଛି , ଏତଦନ୍ତ ମିଛ ତଦନ୍ତ , ଏକଥା କାହାକୁ ଅଛପା ା ତେବେ କାହା ସୁରଖ୍ୟାର କବଚ ପିନ୍ଦି ବାରମ୍ବାର ମୁକୁଳି ଯାଉଛନ୍ତି ଏଇ ନିର୍ଦିଷ୍ଟ ଆଶ୍ରମର ସେକ୍ରେଟାରି ା ଥରେ ନୁହଁ ବାରମ୍ବାର ଅଭିଯୋଗ ପରେବି କାହିଁକି ନିରବ ପ୍ରଶାସନ ? ବାଲେଶ୍ୱର ସୋରର ପୁରୁବାଇ କନ୍ୟାଶ୍ରମରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ୩ଦିନ ତଳେ ଲୁଚିପଳାଇଯାଇ ଅଭିଯୋଗ କରିଥିଲେ ଖଇରାର ୨ ଜଣ ଛାତ୍ରି। ଲୁଚିକି ପଳାଇଯାଇଥିବା ଛାତ୍ରି ଜଣକ କନ୍ୟାଆଶ୍ରମରେ ନିର୍ଯାତନା ଦିଆଯାଉଥିବା ନେଇ କହିଛନ୍ତି ା ଗତ ୬ତାରିଖ ଦିନ ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧିନ ବସଷ୍ଟାଣ୍ଡ ନିକଟରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଧା। ସେମାନଙ୍କ କହିବା ଅନୁଯାଇ ଯୁବତୀ ଦୁଇଜଣ ସୋର ସ୍ଥିତ ପୁରୁବାଇ କନ୍ୟାଆଶ୍ରମର ଅନ୍ତେବାସୀ ଅଟନ୍ତି। ଜଣେ ନାବାଳିକା ଥିବା ଅନ୍ୟ ଜଣେ ସାବାଳିକା ବୋଲି ଜଣାପଡିଛି। ଉଭୟଙ୍କ ଘର ଖଇରା ବ୍ଲକରେ। ତେବେ ସେ ଆଶ୍ରମର ସଂପାଦିକା ସୁମତୀ ମହାନ୍ତି ନାମରେ ଅଭିଯୋଗ ଆଣିଥିଲେଯେ ଖାଇବାକୁ ଦେଉନାହାନ୍ତି କହିଲେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି ା ଉଭୟ ଅନ୍ତେବାସି ଆଶ୍ରମରୁ ଲୁଚି ପଳାଇ ଆସିଥିବା କହିଥିଲେ। ଘଟଣା ସ୍ଥଳରେ ପୁଲିସ ପହଁଚି ଦୁଇ ଛାତ୍ରୀଙ୍କୁ C W C ହସ୍ତାନ୍ତର କରିଥିଲା। ତେବେ ଆଶ୍ରୟ ଦେବା ନାମରେ ଏଭଳି ନିର୍ଜାତନାର ଲଙ୍ଗଳା ଛବି ଆଉ କେତେଦିନ ଦେଖିବେ ସରକାରୀ ବାବୁ ମାନେ ? ଅଭିଯୋଗ ଆସିଲା ହେଲେ କାହିଁକି ତଦନ୍ତ ହୋଇନି ? ଜଦି ତଦନ୍ତ ହୋଇଛି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ? କାହିଁକି ଲୁଚିଯାଉଛି ଏତେବଡ ନିର୍ଦୟତାର ଲଙ୍ଗଳା ଛବି ? ଜିଲ୍ଲାପାଳଙ୍କୁ କାହିଁକି ବାଲେଶ୍ବର CWC ଅନ୍ଧାରରେ ରଖିଛି ? ତେବେ କେବେ ଆଇନର ସିକଞ୍ଜା ଭିତରକୁ ପଶିବେ ସୁମତି ତାହା ସମୟ କହିବ ା

Leave a Reply

Your email address will not be published. Required fields are marked *