ଜଳିଗଲା ଆମାଜନ ପାର୍ଶଲ୍ ବୋଝେଇ କଣ୍ଟେନର

କଟକ : କଟକ ଶିଖରପୁରରେ ଦୁର୍ଘଟଣା । ଫଳରେ ଘଟଣା ସ୍ଥଳରେ ଆମାଜନ ପାର୍ଶଲ୍ ବୋଝେଇ କଣ୍ଟେନର ସହ ଆଉ ଏକ ଗାଡ଼ି ଜଳି ଯାଇଛି । ତେବେ ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ଓ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ସୂଚନାମୁତାବକ, କଣ୍ଟେନର ଗାଡି ଆମାଜନ ପାର୍ସଲ ଲୋଡ଼ କରି ବ୍ୟାଙ୍ଗଲୋରରୁ କଲିକତା ଅଭିମୁଖେ ଯିବା ସମୟରେ ଶିଖରପୁର ନିକଟସ୍ଥ ରାସ୍ତା କଡରେ ଛିଡା ହୋଇଥିବା ପିକ୍‌ଅପକୁ ଧକ୍କା ଦେଇଥିଲା ଫଳରେ ଉଭୟ ଗାଡି ଜଳି ଯାଇଥିଲା । ୧୬ ନମ୍ବର ଜାତୀୟ ରାଜପଥ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଗାଡି ଚଳାଚଳ ସ୍ୱାଭାବିକ ଅଛି ।

Leave a Reply

Your email address will not be published. Required fields are marked *