ଭୁବନେଶ୍ୱର : ପାନୀୟ ଜଳ ସଙ୍କଟ ନେଇ ବର୍ଷିଲା ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ନେଇ ବର୍ଷିଲା ବିଜେପି । ଓଡ଼ିଶାର ଅନେକ ଅଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ହେଲାଣି । ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲେ ବି ସରକାର ଦୃଷ୍ଟି ନ ଦେବା ଚିନ୍ତାଜନକ ।
`ଅନେକ ନଳକୂପ ଅଚଳ, ପାଣି ପାଇଁ ଲୋକେ ଡହଳବିକଳ। `ଜଳ ଜୀବନ ମିଶନକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । `କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଲୋଗୋ କେଉଁଠି ଲଗାଯାଉନି । ପିଏମ ଆବାସ୍ ଯୋଜନାରେ ଲୋଗୋ ନ ଲଗାଇବା ଭଳି ଏଥିରେ ବି ଲଗାଯାଉନି ।
`ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରୁନାହାନ୍ତି ରାଜ୍ୟ ସରକାର । ଯେଉଁଠି ବି କିଛି କମିଟି ଗଠନ ହୋଇଛି ସେଠି କାର୍ଯ୍ୟକାରୀ ହେଉନି । ରାଜ୍ୟରେ ଏବେ ବି ୫୬% ଗାଁ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ମିଳୁଥିଲେବି ଜଳ ସଙ୍କଟ ଦୂର ହେଉନି । ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର କରନ୍ତୁ ରାଜ୍ୟ ସରକାର । ପ୍ରେସମିଟରେ ରାଜ୍ୟ ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ଦାବି କରିଛନ୍ତି ।
