ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟରେ ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ମହାଦୁର୍ନୀତିର ଅଭିଯୋଗ ପ୍ରଥମେ ପଂଚାୟତବାସୀଙ୍କ ପକ୍ଷରୁ ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ହୋଇଥିଲା l ଏଥିରେ ପଂଚାୟତବାସୀ ନ୍ୟାୟ ନ ପାଇବାରୁ ସେମାନେ ଲୋକାୟତରେ ଅଭିଯୋଗ କରିଥିଲେ । ଏଥିନେଇ ଆଜି ଲୋକାୟୁକ୍ତଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି । ଲୋକାୟୁକ୍ତରେ କେସ ନମ୍ବର LY..1257/2029 ଆଧାରରେ ମାମଲା ରୁଜୁ ହୋଇଥିଲା । ଏନେଇ ଡେପୁଟି ଫାଇନାନ୍ସ ବିନୟ ଚରଣ ଆଚାର୍ଯ୍ୟଙ୍କ ସହ ଲୋକାୟୁକ୍ତ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l
