ମେଷ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ବାଣିଜ୍ୟ କାରବାର ଲାଭଜନକ ହେବ । ସହଧର୍ମିଣୀଙ୍କ ବାର୍ତ୍ତା ଉପାଦେଶାତ୍ମକ ହେବ ।
ବୃଷ : ଅଜାତ ଶତ୍ରୁ ହୋଇପାରନ୍ତି । ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ । ସୁସ୍ଥ ଓ ନିରାମୟ ରହିବେ । ଖର୍ଚ୍ଚ ସୀମିତ କରିପାରନ୍ତି । ଈପ୍ସିତ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ମିଥୁନ : କର୍ମଚଞ୍ଚଳ ରହିବେ । କନ୍ୟା ଦୈବୀଶକ୍ତି ସମ୍ପନ୍ନା ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ନିଜର ସାରସ୍ବତ ସାଧାନକୁ ବ୍ୟକ୍ତ କରିପାରନ୍ତି ।
କର୍କଟ : ଦାନ-ଧର୍ମରେ ଦୀକ୍ଷିତ ହେବା ଆଶା କରାଯାଏ । ଉଦାର ସ୍ବଭାବସମ୍ପନ୍ନ ହେବେ । ସୁସ୍ଥ ରହିବେ । କୃଷିକର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି ।
ସିଂହ : ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇପାରନ୍ତି । ମନ ପ୍ରସନ୍ନ ରହିବ । ପ୍ରେମୀ ଓ ସାହସୀ ହେବେ । ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନହୋଇ ସ୍ଥିତପ୍ରଜ୍ଞ ହେବେ ।
କନ୍ୟା : ସ୍ବକର୍ମ ଭାଗ୍ୟନିୟନ୍ତା ହୋଇପାରେ । ଆପଣ ସତ୍ୟପ୍ରଜ୍ଞ ହୋଇଥିବାର କ୍ରୋଧ ବା ରାଗ ପାଣିର ଗାରପରି ହେବ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଭିନ୍ନ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ ।
ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ । ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ରଣଜୟୀ ହେବେ ।
ବିଛା : ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି । ମଧୁର ଭାଷା ସ୍ନେହପୂର୍ଣ୍ଣ ବ୍ୟବହାର ଦ୍ବାରା ପରକୁ ଆପଣାର କରିପାରନ୍ତି । ପାରିବାରିକ ଚାହିଦା ମେଣ୍ଟାଇବାରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି ।
ଧନୁ : ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନାସ୍ପଦ ବ୍ୟକ୍ତିଭାବେ ପ୍ରତିଷ୍ଠାଲାଭ କରିବେ ।
ମକର : ମନରେ ଧ୍ୟାନର ଦୀପ ଜଳାଇ କର୍ମକ୍ଷେତ୍ରକୁ ଅନ୍ଧକାର ମୁକ୍ତ କରିପାରନ୍ତି । ମନରେ ପ୍ରସନ୍ନତା ଭାବ ରହିବ । ଦୟାର୍ଦ୍ରଚିତ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ନିଜ ଆତ୍ମୀୟସ୍ବଜନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ ।
କୁମ୍ଭ : ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଅର୍ଜନ କରିଥିବା ଜ୍ଞାନ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ; ଏହା ବିଶ୍ବର ମୂଲ୍ୟବାନ୍ ପୁଞ୍ଜି । ଶାରୀରିକ ଗଠନ ଅତ୍ୟନ୍ତ ଲୋଭନୀୟ ହେବ ।
ମୀନ : ସ୍ବାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ଅସୁସ୍ଥତା ଓ ବିପଦର କାରଣ ହୋଇପାରେ; ମାତ୍ର ତାକୁ ଡରିଲେ ସେ ଡରାଇବ ଓ ତା’ର ମୁକାବିଲା କଲେ ସେ ଲୁଚିଯିବ ।
