ମାଓବାଦୀ ନାଁରେ ମାଗୁଥିଲେ ଟଙ୍କା, ୨ ଜଣଙ୍କୁ ଗିରଫ କଲା ପୋଲିସ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ରୁ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରମାନଙ୍କୁ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ଫଳରେ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସଂପୃକ୍ତ ଦୁଇ ଜଣ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ସୂଚନା ମିଳିଛି । ଉକ୍ତ ଦୁଇ ଜଣଙ୍କ ନାଁ ବିଭିନ୍ନ ଥାନାରେ ପ୍ରାୟ ୫ଟି ରୁ ଅଧିକ କେସ୍ ରୁଜ୍ଜୁ ହୋଇଥିଲା । ତାଙ୍କ ନିକଟରରୁ ୩ଟି ମୋବାଇଲ ଫୋନ୍, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍ ଏବଂ ଗୋଟିଏ ଅର୍ଦ୍ଧନିର୍ମିତ ଘର ମଧ୍ୟ ପୋଲିସ ଜବତ କରିଛି ବୋଲି ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *