ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ଆତ୍ମହତ୍ୟା ଉଦ୍ୟମ । ସମ୍ବଲପୁର ଶାନ୍ତି ନଗର ସ୍ଥିତ ନିଜ ଷ୍ଟୁଡିଓରେ ଗତକାଲି ସଂଦ୍ଧ୍ୟାରେ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସହଯୋଗୀମାନେ ଜୋଜୋଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କାରଣ ଅସ୍ପଷ୍ଟ ରହିଛି । ସେପଟେ କ’ଣ ପାଇଁ ଜୋଜୋ ଥାନାରୁ ନିଜ କେଶକୁ ଫେରାଇ ନେଲେ । ତାହା କେହି ଜାଣି ନାହାନ୍ତି । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି ଜୋଜୋ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜୋଜୋ ଲେଖିଛନ୍ତି, ଏବେ ଦୁନିଆ ଛାଡି ଯିବା ପରେ ସତ ସମ୍ନାକୁ ଆସିବ ସେହି ସମୟରେ ଜୋଜୋ ନଥିବ। ସମସ୍ତେ ଭଲରେ ରୁହନ୍ତୁ ମାଁ ସମଲେଶ୍ଵରୀ ପାଖରେ ଏତିକି ପ୍ରାର୍ଥନ । ଏଭଲି ଆତ୍ମହତ୍ୟା ଉଦ୍ୟମ ପୁର୍ଵରୁ ନିଜ ୟୁଟୁବ ଆକାଉଣ୍ଟରେ ଲେଖି ପୋଷ୍ଟ କରିଥିଲେ ।

ତେବେ ମେଡିକଲାରେ ଅଛନ୍ତି ଜୋଜୋ । ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ଅଛି ତାହା ଜଣାପଡିନଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *