ଚେଇଁ ଶୋଇଛି ଓଡ଼ିଶା, ମାଡି ଆସୁଛି ପଡିଶା

ଗଜପତି : ଚେଇଁ ଶୋଇଛି ଓଡ଼ିଶା, ମାଡି ଆସୁଛି ପଡିଶା । ଆନ୍ଦ୍ର ଚାଷ ଜମିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଡ୍ୟାମ ଉପରେ ଆନ୍ଦ୍ରର ଉନ୍ନୟନ ମୂଳକ କାର୍ଯ୍ୟ । ଟଙ୍କା ଖର୍ଚ୍ଚ କରୁଛି ଆନ୍ଦ୍ର ଓଡ଼ିଶାର ସୀମାନ୍ତ ଶ୍ରମିକ ଲାଗୁଛନ୍ତି କାମରେ ।ଉନ୍ନୟନ ମୂଳକ କାମ ଜରିଆରେ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କବଜା କରିବାକୁ ଆନ୍ଧ୍ର ଚଳାଇଛି ଉଦ୍ୟମ । ଏମିତି ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଗୋସାଣି ବ୍ଲକର ବଡଗୋସାଣି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ।

ବାରମ୍ବାର ଗୁହାରି ସତ୍ତ୍ୱେ ଓଡିଶା ସରକାରଙ୍କ ନିଦ ନ ଭାଙ୍ଗିବା କାରଣରୁ ଉନ୍ନୟନ ମୂଳକ କାମ କରି ସେହି ଅଞ୍ଚଳକୁ ନିଜ ଆୟତ୍ତକୁ ନେବାକୁ ଆନ୍ଧ୍ର କରିଛି ଉଦ୍ୟମ । ସୂଚନା ମୁତାବକ ଗୋସାଣି ବ୍ଲକ ଅନ୍ତର୍ଗତ ବଡଗୋସାଣି ଗ୍ରାମ ପଞ୍ଚାୟତର ଜଙ୍ଗଲପାଡୁ ଗ୍ରାମରେ ଥିବା କୃଷ୍ଣସାଗର ଡାହଣ ପାର୍ଶ୍ବର ପରିତ୍ୟକ୍ତ ଆଡିବନ୍ଧକୁ ମରାମତି କରୁଛି ଆନ୍ଧ୍ର । ୨୦ ବର୍ଷ ହେଲା ଓଡ଼ିଶାର କ୍ଷୁଦ୍ର ଜଳସେଚନ ବିଭାଗ ପରିଚାଳିତ ଏହି ଆଡିବନ୍ଧର ମରାମତି ପାଇଁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ଏପରିକି ପାଣି ପଞ୍ଚାୟତ ବୈଠକରେ ଗାଁ ଲୋକେ ଦାବି ଉପସ୍ଥାପନା କରିଥିଲେ ।

କିନ୍ତୁ ଗଜପତି କ୍ଷୁଦ୍ର ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନଥିଲା । ଯେହେତୁ ଜଙ୍ଗଲପାଡୁ ଗ୍ରାମଟି ଆନ୍ଧ୍ର – ଓଡିଶା ସୀମାରେ ରହିଛି । ଦିନ ଥିଲା ଓଡ଼ିଶାର ଏହି ଆଡିବନ୍ଧ ଉଭୟ ଅନ୍ଧ୍ର ଏବଂ ଓଡିଶାର ଶହଶହ ଏକର ଜମିକୁ ପାଣି ଯୋଗାଉଥିଲା । ହେଲେ ମରାମତି ନହେବାରୁ ଉଭୟ ରାଜ୍ୟର ଚାଷୀଙ୍କ ଜମିକୁ ଜଳସେଚନରେ ଘୋର ଅସୁବିଧା ହୋଇଥିଲା । ଫଳରେ ଆନ୍ଧ୍ର ସରକାର ଏହାର ନବକଳେବର କରୁଛି ଜଙ୍ଗଲପାଡୁ ଗ୍ରାମ ଭିତରେ ଆନ୍ଧ୍ରପ୍ରଦେଶ  ଆଡିବନ୍ଧର ଉନ୍ନୟନ କାମ ନିର୍ମାଣ କାମ କରିଚାଲିଥିଲେ ମଧ୍ୟ ଗଜପତି ପ୍ରଶାସନ ଚୁପ୍ ।

କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ଏହି ଆଡିବନ୍ଧର ପୁନରୁଦ୍ଧାର ନହେବାରୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେଇ କାମ କରୁଛନ୍ତି ଏହି ପ୍ରକଳ୍ପରେ ଆନ୍ଧ୍ର ଅର୍ଥ ବିନିଯୋଗ କରୁଛି ଏବଂ ଓଡ଼ିଶାର ଶ୍ରମିକଙ୍କୁ ଆଡିବନ୍ଧ କାମରେ ନିୟୋଜିତ କରିଛି ।

Leave a Reply

Your email address will not be published. Required fields are marked *