ଆଜିର ରାଶିଫଳ

ମେଷ : ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିବ । ଯାହାକୁ ଆପଣ ସହଜରେ ସମ୍ପୂର୍ଣ୍ଣ କରିପାରିବେ । ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି । ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି ।

ବୃଷ : ଇଞ୍ଜିନିୟରଙ୍କୁ ଆର୍ଥିକ ଲାଭ ହେବ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ : ସମ୍ବନ୍ଧରେ ବ୍ୟବଧାନ ଭରିବା ପାଇଁ ଦିନଟିଏ । ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ । ଭରସା ଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।

କର୍କଟ : ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଜମି ଦଲାଲଙ୍କ ଲାଗି ଦିନଟି ଭଲ । ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ ।

ସିଂହ : ପୁରୁଣା ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ । ପରିବାରରେ ସୁଖଦ ବାତାବରଣ ରହିବ । ଅଫିସରେ ବାକି କାମ ପୂରା କଲରିବାକୁ ଚେଷ୍ଟା କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ ।

କନ୍ୟା : ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଶୁଭ । ଟେଣ୍ଟ ହାଉସ ବ୍ୟବସାୟୀଙ୍କ ଲାଗି ଲାଭର ଦିନଟିଏ । କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । ପାରିବାରିକ ଜୀବନରେ ସୁଖୀ ରହିବେ ।

ତୁଳା : ସବୁ ଆହ୍ୱାନର ସାମ୍ନା କରିବାରେ ସଫଳ ହେବେ । ଅଫିସରେ କୌଣସି ବଡ ଦାୟିତ୍ୱ ପାଇବେ । ବାଣୀ ଉପରେ ସଂଯମ ରଖନ୍ତୁ । ବିରୋଧୀ ଆପଣଙ୍କ ଠୁଁ ଦୂରତ୍ୱ ବଜାୟ ରଖିବେ ।

ବିଛା : କୌଣସି ସାମାଜିକ ସଙ୍ଗଠନରେ ଯୋଡିବାର ମଉକା ପାଇବେ । ଧନ ସମ୍ପତି ଚିନ୍ତାର ସମାଧାନ ବାହାରିବ । ସୁସମ୍ବାଦ ମିଳିବାର ଯୋଗ ଅଛି । ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ ।

ଧନୁ : ରଚନାତ୍ମକ କାର୍ଯ୍ୟରେ ରୁଚି ନେବେ । ଯୋଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।

ମକର : ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ । ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା । ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ଚାରିଆଡେ ହେବ ।

କୁମ୍ଭ : ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ । କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ । ଏକାଗ୍ର ଚିତ୍ତରେ କାମ କଲେ ସଫଳତାର ପାହାଚ ଚଢିବେ ।

ମୀନ : ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ସମୟ ଲାଗିବ । ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ । ବାଣୀ ଉପରେ ଯେତେ ନୟନ୍ତ୍ରଣ ରଖିବେ ସେତେ ଲାଭ ହେବ ।

Leave a Reply

Your email address will not be published. Required fields are marked *