ଆଜିର ରାଶିଫଳ

ମେଷ : ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଖୋଲିବ ।

ବୃଷ : ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର । ପ୍ରେମ ସମ୍ପର୍କରେ ମଧୁରତା ଆସିବ ।

ମିଥୁନ : ବ୍ୟବସାୟରେ ଚୁକ୍ତି ପାଇଁ ବାହାରକୁ ଯିବାକୁ ପଡିପାରେ । ଅଫିସରେ ମନପ୍ରାଣ ଢାଳି କାମ କରିବେ । ବିବାହିତଙ୍କ ଲାଗି ଦିନଟି ଭଲ । ଛାତ୍ରଛାତ୍ରୀ ନିଜର ଦାୟିତ୍ୱ ଭଲଭାବରେ ତୁଲାଇବେ ।

କର୍କଟ : ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଫଳପ୍ରଦ ସାବ୍ୟସ୍ତ ହେବ । କାରବାରରେ କିଣାବିକା ସାବଧାନତାର ସହ କରନ୍ତୁ । ଅନ୍ତରଙ୍ଗ ବନ୍ଧୁ ସହିତ ବାହାରକୁ ବୁଲି ଯିବେ ।

ସିଂହ : ବ୍ୟବସାୟରେ ଲାଗିଥିବା ପାଣ୍ଠିରୁ ଲାଭ ହୋଇପାରେ । ମନର କଥା ଅନ୍ୟମାନଙ୍କୁ କହି ଆଶ୍ୱସ୍ତ ଅନୁଭବ କରିବେ । ଅଫିସରେ ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ ।

କନ୍ୟା : ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ । ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ । ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ । ଜମି ଦଲାଲଙ୍କ ଲାଗି ଦିନଟି ଭଲ ।

ତୁଳା : ଆପଣଙ୍କ ଭିତରେ ଆତ୍ମବିଶ୍ୱାସର ଝଲକ ଦେଖାଦେବ । ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ । ପରିବାରରେ ଖୁସିର ବାତାବରଣ ରହିବ ।

ବିଛା : ଏଭଳି ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ । ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ । ଅଫିସରେ ପଦୋନ୍ନତିର ସୁଯୋଗ ରହିଛି ।

ଧନୁ : କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ । ଧନପ୍ରାପ୍ତିର ଯୋଗ ରହିଛି । ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ।

ମକର : ଚାକିରି ପାଇଁ ଉଦ୍ୟମ କରିଆସୁଥିବା ବ୍ୟକ୍ତି ଶୁଭ ଖବର ପାଇବେ । ଜୀବନସାଥୀଠୁଁ ଉପହାର ପାଇପାରନ୍ତି । ବ୍ୟବସାୟୀଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ ।

କୁମ୍ଭ : ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ । ସଉଦାରେ ଆଶାଠୁଁ ଅଧିକ ଲାଭ ହେବ । ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢିବ । ଲେଖକଙ୍କ ବିଚାର ପ୍ରଶଂସିତ ହେବ ।

ମୀନ : ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ । ରାଜନୀତିରେ ଯୋଗାଯୋଗ ଭଲ ରହିବ । କାରବାର ବୃଦ୍ଧି ପାଇଁ ଦିନଟି ଭଲ । ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ ।

Leave a Reply

Your email address will not be published. Required fields are marked *