ଗୋମାଂସ ଓ ଗୋରୁ ଚମଡା ନେଇ ଯାଉଥିବା ଏକ ଅଟୋକୁ ଧରିଲେ ଲୋକ

ଭଦ୍ରକ : ଭଦ୍ରକ ବାସୁଦେବପୁର ଥାନା ସମିଆ ଛକ ନିକଟରେ ଗୋମାଂସ ଓ ଗୋରୁ ଚମଡା ନେଇ ଯାଉଥିବା ଏକ ଅଟୋକୁ ଧରିଲେ ସ୍ଥାନୀୟ ଲୋକ । ଘଟଣାରେ ଅଟୋ ସହିତ ଜଣକୁ ଧରି ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ । ଅଟକ ଥିବା ବ୍ୟକ୍ତି ଜଣକ ସାବରପୁର ଅଂଚଳର ଅମଜାଦ ଖାଁ ବୋଲି ଜଣାପଡିଛି । ଆଜି ସକାଳୁ ସେ ଅଟୋରେ ଗୋରୁ ଚମଡା ଓ କିଛି ଗୋମାଂସ ନେଇ ସାହାସପୁରରୁ ସାବରପୁର ଅଞ୍ଚଳକୁ ଆସୁଥିଲେ ।

ତେବେ ସମିଆ ଛକ ନିକଟରେ ହେଉଥିବା ଭଷାଣିକୁ ଦେଖି ଅଟୋ ଫେରାଇ ଦ୍ରୁତ ଗତିରେ ଯାଉଥିବା ସମୟରେ ଅଟୋଟି ଦୁଇ ଜଣକୁ ଧକା ଦେଇଥିଲା । ଫଳରେ ଭସାଣି କରୁଥିବା ଯୁବକମାନେ ଗାଡିଟିକୁ ଅଟକାଇଥିଲେ । ପରେ ଗାଡି ଭିତରେ ଗୋରୁ ଚମଡା ଓ ଗୋମାଂସ ଥିବା ଦେଖି ଗାଡିକୁ ଅଟକାଇବା ସହ ଗାଡି ନେଇ ଯାଉଥିବା ଅମଜାଦଙ୍କୁ ଅଟକାଇଥିଲେ । ପରେ ସ୍ଥାନୀୟ ବାସିନ୍ଦାମାନେ ପୋଲିସକୁ ଖବର କରିଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଅଟକ ରଖିଥିବା ଅମଜାଦଙ୍କ ସହ ଗାଡିକୁ ଜିମା ଦେଇଥିଲେ । ପୋଲିସ ଥାନାରେ ଅମଜାଦଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *