ଜଳେଶ୍ଵର : ( ସଂଜୟ ଦାସ ) ସମ୍ପର୍କ ର ଦ୍ୱାହି ଦେଇ ନିଜ ସ୍ୱାମୀ ଆଖିରେ ଧୂଳି ଦେଇଚାଲିଥିଲା ସ୍ତ୍ରୀ । ଦୀର୍ଘଦିନ ଧରି ସ୍ୱାମୀକୁ ଭକୁଆ ସଜାଇ ଧରମ ଭାଇ ସହ ଘରେ ସ୍ତ୍ରୀ କରୁଥିଲା ରାସଲୀଳା। ଧରମ ଭାଇ ସହ ନିଜ ସ୍ତ୍ରୀର ଅନୈତିକ ରମାଞ୍ଚକ ଦୃଶ୍ୟକୁ ସନ୍ଧେହ କରି ସହିନପାରି ସ୍ୱାମୀ ସାଜିଲା ରକ୍ତମୁଖା । ସ୍ତ୍ରୀର ପ୍ରେମିକ ଧରମ ଭାଇକୁ ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି
ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତର ଦୁଧିଆଖାଳି ଗାଁରେ ।
ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ମାଙ୍କିଡ଼ିଆ ଗାଁର ସୁରେଶ ଦାସଙ୍କ ପୁଅ ପ୍ରଶାନ୍ତ ଓରଫ ଚୁଟିଆ ଦୁଧିଆଖାଳି ଗାଁର ବିଶ୍ବମ୍ବର ବେହେରାଙ୍କ ସ୍ତ୍ରୀକୁ କରିଥିଲେ ଧରମ ଭଉଣୀ । କିଛି ଦିନପରେ ଭାଇ ଭଉଣୀର ପବିତ୍ର ସଂପର୍କ ମାଡିଚାଲିଲା ପ୍ରେମ ସମ୍ପର୍କ ଆଡକୁ । ଧରମ ଭାଇ ନିଜ ଘର ଛାଡ଼ି ଅଧିକ ସମୟ ଧରମ ଭଉଣୀ ମୋନିକା ଘରକୁ ଆସୁଥିଲା । ଧରମ ଭିତରେ ଗଢିଉଥିଲା ଅଧର୍ମ ସମ୍ପର୍କ । ଦୁହିଁଙ୍କ ମଧ୍ୟରେ ଏଭଳି ସମ୍ପର୍କକୁ ଦେଖି ସ୍ୱାମୀ ବିଶ୍ଵମ୍ବର ମନରେ ଘାରିଥିଲା ସନ୍ଧେହ । ତେବେ ଗତ କାଲି ତା ୧୦/୦୨/୨୦୨୦ରିଖ ରାତିରେ ସ୍ୱାମୀ ବିଶ୍ବମ୍ବର ବେହେରା (୪୨) ତାଙ୍କ ସାନ ଝିଅ ସହ ଘରର ଅନ୍ୟ ଏକ କୋଠରୀରେ ଶୋଇଥିଲେ । ସ୍ତ୍ରୀ ମୋନିକା ଆଉ ଏକ କୋଠରୀରେ ଶୋଇଥିଲେ । ତେବେ ଆଜି ରାତି ପାହିବା ରେ ସ୍ୱାମୀ ବିଶ୍ବମ୍ବର ନିଜ ପତ୍ନୀ ମୋନିକାକୁ ଡାକିବା ପାଇଁ କୋଠରୀ ଭିତରକୁ ଯାଇଥିଲେ । ଘରର କବାଟ ଖୋଲିଲା ପରେ ସ୍ତ୍ରୀ ମୋନିକା ପାଖରେ ପ୍ରେମିକ ଧରମ ଭାଇ ଶୋଇଥିବା ଘଟଣା ଦୃଶ୍ୟ ଦେଖି ସ୍ୱାମୀ ଵିଶ୍ଵମର ହୋଇଉଠିଥିଲା ବର୍ବର । କିଛି ସମୟ ପାଇଁ ସ୍ୱାମୀ ବିଶ୍ଵମ୍ବର ଗାଁ ପାଖା ପଦାକୁ ଯାଇ ଫେରିଆସିବା ପରେ ପଲଙ୍କରେ ଶୋଇଥିବା ନିଜ ସ୍ତ୍ରୀର ପ୍ରେମିକ ଧରମ ଭାଇ ଚୁଟିଆ ର ମୁଣ୍ଡକୁ ଏକ ଲୁହା ବୁଡିଆରେ ବାରମ୍ବାର ଛେଚିବା ପରେ ଘଟଣାସ୍ଥଳରେ ଚୁଟିଆର ଜୀବନ ଯାଇଥିଲା । ଘଟଣା ଘଟାଇବା ପରେ ହତ୍ୟାକାରୀ ସ୍ୱାମୀ ବିଶ୍ବମ୍ବର ନିଜେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି । ଦୁଧିଆଖାଳି ଗାଁରେ ରାଇବଣିଆ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ରାଇବଣିଆ ଥାନାରେ ୧୧/୨୦ ନମ୍ବରର ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଦାୟିତ୍ୱ ଜଳେଶ୍ଵର ଥାନା ଏସଆଇ ନଗରଦ୍ବୀପ ସେଠୀ ଦାୟିତ୍ୱ ରେ ଥିବା ଜଣାପଡିଛି ।
