ଭିଜିଲାନ୍ସ ଜାଲରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । କାର୍ୟ୍ୟର ଚୁକ୍ତିନାମା କରିବା ବାବଦରେ ଠିକାଦାର ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଠିକାଦାର ନବୀନ ନାୟକ ୧ କୋଟି ୬୭ ଲକ୍ଷ ୫୭ ହଜାର ୭୪ ଟଙ୍କାର ଉମରକୋଟ ବ୍ଲକର ଉମର୍ଗାଁଠାରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପାଞ୍ଚ ବର୍ଷ ସକାଶେ ରକ୍ଷଣା ବେକ୍ଷଣ ପାଇଁ ଚୁକ୍ତି ନାମା କରିବା ସକାଶେ ନବୀନ ନାୟକଙ୍କ ଠାରୁ କୋଡିଏ ହଜାର ଟଙ୍କା ଦାବି କରିଥିଲେ। ଗୁରୁବାର ନବୀନ ନାୟକ ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବା ପାଇଁ କଥା ହୋଇ ଭିଜିଲାନ୍ସ ସହ ଯୋଗାଯୋଗ କରି କୋଡିଏ ହଜାର ଦେଲାବେଳେ ଭିଜିଲାନ୍ସ ଟଙ୍କା ସହ ସୁମିତ କୁମାରଙ୍କୁ କାବୁ କରିଥିଲେ। କାର୍ୟ୍ୟାଳୟରେ ଚଡାଉ ସହିତ ସୁମିତଙ୍କ ଭଡା ଘରେ ମଧ୍ୟ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୪୧ ହଜାର ଟଙ୍କା ସହ କିଛି ବ୍ୟାଙ୍କ ପାସବୁକ ଜବତ କରିଥିବା କହିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହି ଚଢାଉ ରେ ନବରଙ୍ଗପୁର ଡ଼ିଏସପି କଳାବତୀ ବାଘ, କୋରାପୁଟ ଡ଼ିଏସପି ଅନନ୍ତ କୁମାର ମଲ୍ଲିକ, ମାଲକାନଗିରି ଡ଼ିଏସପି ଏସ କେ ବିଶ୍ଵାଳଙ୍କ ମିଳିତ ଏକ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରିଥିଲେ।

Leave a Reply

Your email address will not be published. Required fields are marked *