ନିର୍ବାଚନରେ ଭୋଟ କିଣା ବିକାର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ କିଣା ବିକାର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୋ ପାଖରେ ତିନୋଟି ଭିଡିଓ ରେକର୍ଡିଂ ଅଛି । ସେଥିରେ ଯାହା ରହିଛି ଆପଣ ଦେଖିଲେ ହତଚକିତ ହୋଇଯିବେ । କିଣା ବିକା ଚାଲିଛି ଭୋଟ୍, ମୂଲଚାଲ ହେଉଛି ଭୋଟ୍ । ପାଞ୍ଚ ସହ ଟଙ୍କା ହଜାର ଟଙ୍କା ଭୋଟ୍ ନେଇ ହେଉଛି ଆଲୋଚନା । ଠିକ ସମୟରେ ଏହାକୁ ପ୍ରକାଶ କରାଯିବ । ବସ୍ତି ବାସିନ୍ଦାଙ୍କୁ ଅନୁରୋଧ ନିଜର ଭୋଟ୍ ବିକ୍ରି କରନ୍ତୁ ନାହିଁ, ଲୋକଙ୍କୁ ବାଛନ୍ତୁ । ବହୁତ ଲୋକ ଆସିବେ ଆପଣଙ୍କୁ ପଇସା ଦେବେ ପ୍ରଲୋଭିତ କରାଇବେ କିନ୍ତୁ ଆପଣଙ୍କ ଭୋଟ ମୂଲ୍ୟବାନ୍ । ଆପଣ ନିଜର ଭୋଟ ବିକନ୍ତୁ ନାହିଁ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

ଏହା ସହ ପୌର ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆମେ ନିଜର ଶତ ପ୍ରତିଶତ ଦେବା । ବିଜେପିର କର୍ମୀ ସକାରାତ୍ମକ ରୁହନ୍ତୁ ।  ଆମର ଉତ୍ସାହ କମି ନାହିଁ । ଆମେ ହାରିଯାଇଛୁ କିନ୍ତୁ ଆମେ ଭାଙ୍ଗି ନାହୁଁ । ସୂର୍ଯ୍ୟାସ୍ତ ପରେ ସୁର୍ୟୋଦୟ ହେଉଛି । ଆମକୁ ଆଗକୁ ବଢିବାର ଅଛି । ଓଡିଶାବାସୀଙ୍କୁ ଆମେ କହିବାକୁ ଚାଁହୁଛୁ `ଆମେ ଆସୁଛୁ ´ । ବିଏମସି ପାଇଁ ଆମେ ଭଲ ପ୍ରାର୍ଥୀ ଦେଇଛୁ । ସମସ୍ତେ ମିଳିମିଶି ପ୍ରାର୍ଥୀ ଚୟନ କରିଛୁ । ସମସ୍ତଙ୍କ ଉପରେ ଆସ୍ଥା ରହିଛି । ଆମର କାହା ସହିତ ପ୍ରତିସ୍ପର୍ଦ୍ଧା ନାହିଁ । କିଛି କାରଣ ପାଇଁ ମଧ୍ୟ ଜଣେ ହାରିଯାଏ । କାହା ଉପରେ ଆମେ ଆଙ୍ଗୁଳି ଉଠାଇବା ନାହିଁ  ।  ଆମର ପଂଚାୟତ ନିର୍ବାଚନରେ ଏକ ବଡ଼ ପରାଜୟ ହେଲା, ଆମେ ସ୍ୱୀକାର କରୁଛୁ ।  ଏହାର ପ୍ରଭାବ ପଡିବ ନାହିଁ । ଆମେ ଶହେ ପ୍ରତିଶତ ଦେବୁ ।

ସୂଚନାଯୋଗ୍ୟ, ରାଜ୍ୟରେ ପୌର ନିର୍ବାଚନରେ ୧୮୯୯ଟି ୱାର୍ଡରେ ହେବ ନିର୍ବାଚନ । ଏଥିପାଇଁ ୪୪୭୫ ବୁଥ୍ ରହିଛି । ଭୋଟର ସଂଖ୍ୟା ୪୨ ଲକ୍ଷ ରହିଛି । ଗତକାଲି ପ୍ରାର୍ଥୀପତ୍ର ଦାଖଲ ଅବଧି ଶେଷ ହୋଇସାରିଛି ।  ଆସନ୍ତା ୯ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୧୪ ମାର୍ଚ୍ଚ ଦିନ ୩ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ ।  ଚଳିତ ନିର୍ବାଚନ ଇଭିଏମ ରେ କରାଯିବ । ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ । ଗୋଟିଏ କାଉନସିଲର ବା କର୍ପୋରେଟର ପାଇଁ ଆଉ ଗୋଟିଏ ମେୟର/ପୌରାଧ୍ୟକ୍ଷ ପାଇଁ । ଇଭିଏମ ରହିବା ପାଇଁ ୩ଟି ରୁମ୍ ରହିବ । ନିର୍ବାଚନ ପ୍ରକ୍ରିୟା ସିସିଟିଭି ସର୍ଭିଲାନ୍ସରେ ହେବ । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ । ଏଥର ନିର୍ବାଚନରେ କୌଣସି କୋଭିଡ ସଂକ୍ରାନ୍ତୀୟ କଟକଣା ରହିବ ନାହିଁ । ପ୍ରଚାର ପାଇଁ କୌଣସି କଟକଣା ନାହିଁ । କୋଭିଡ ସଂକ୍ରମଣ କମିଥିବାରୁ ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେମିତି ପ୍ରଚାର କରିବେ । ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ । ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର ବାଲାଟ ପେପରରେ ଭୋଟ୍ ଦେବେ ବୋଲି କହଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Leave a Reply

Your email address will not be published. Required fields are marked *