ଜଗତସିଂହପୁର : ଫାଟିଲା ଓପିଜିସି ପାୱାର ପ୍ଲାଣ୍ଟରେ ଆସ୍ ପଣ୍ଡ୍ ପାଇପ୍ । ପାଉଁଶ ମିଶ୍ରିତ ଜଳ ଚାଷ ଜମିକୁ ମାଡିବା ସହ ପୋଖରୀରେ ପଶିଲା ଆସ୍ । ତାତିଲେ ବନହରପାଲି ଗ୍ରାମବାସୀ । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଓପିଜିସି ପ୍ଲାଣ୍ଟ କାର୍ଯ୍ୟାଳୟକୁ ଘେରିଲେ । ଶୁକ୍ରବାର ସଂଧ୍ୟାରେ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରରୁ ତିଲିଆରେ ଥିବା ଆସପଣ୍ଡକୁ ପାଉଁଶ ମିଶ୍ରିତ ଜଳ ଯିବାକୁ ଯାଇଥିବା ପାଇପ ଫାଟି ଯାଇଛି ।
ଫଳରେ ବନହରପାଲି ଗାଁ ପୋଖରୀ ଓ ଗାଁର ଚାଷଜମିରେ ପାଉଁଶ ମିଶ୍ରିତ ପାଣି ମାଡି ଯାଇଥିଲା । ଏ ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଓପିଜିସି କାର୍ଯ୍ୟାଳୟକୁ ଘେରାଉ କରି କ୍ଷତିପୂରଣ ଦାବି କରିଥିଲେ । ସେମାନଙ୍କୁ ଓପିଜିସି କର୍ତ୍ତୃପକ୍ଷ ବୁଝାସୁଝା କରି ସ୍ଥିତିର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତିରେ ଲୋକେ ନିଜ ଘରକୁ ଫେରିଥିଲେ ।
