ବଣାଇ : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ବର୍ତ୍ତମାନ ପ୍ରତ୍ୟେକ ଦିନ ଘରକୁ ଘର ବୁଲି କରୋନା ଟିକାକରଣ କରାଯାଉଛି । ସମ୍ଭାବ୍ୟ ତୃତୀୟ ଲହରୀକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଟିକାକରଣ ପାଇଁ ବର୍ତ୍ତମାନ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, ଏହି ପରିପ୍ରେକ୍ଷୀରେ ଗୁରୁଣ୍ଡିଆ ବ୍ଲକର ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡ଼ିକୁ ଯାଇ ସ୍ବାସ୍ଥ୍ୟ କର୍ମୀ ମଧୁସ୍ମିତା ବାରିକ ଓ ସ୍ଥାନୀୟ ଆଶାକର୍ମୀ ଙ୍କ ମିଳିତ ସହଯୋଗରେ ଘର କୁ ଘର ଯାଇ ଟିକାକରଣ କରିଥିବା ବେଳେ, ଯେଉଁମାନେ ପୂର୍ବରୁ ଟିକା ନେବା ପାଇଁ ଅମଙ୍ଗ ହେଉଥିଲେ, ସ୍ବାସ୍ଥ୍ୟ ବିଭାଗର ଏଭଳି ଉଦ୍ୟମ ଦ୍ଵାରା ବଣ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି ହେବା ସହ ଟିକାକରଣ ପାଇଁ ତାଙ୍କର ରହିଥିବା ଦ୍ଵନ୍ଦ ଦୂର ହୋଇଥିବା ଦେଖିବାକୁ ମିଳିଛି ।
