ଆନନ୍ଦପୁର, : କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଗାତ । ଘୁଟୁରୁ ଗାଁ ନିକଟରେ ଥିବା ଓଭରବ୍ରିଜ ଉପରେ ସୃଷ୍ଟି ହୋଇଛି ଗାତ । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଯାନବାହନ ଚଳାଚଳ କରୁଥିବା ସୂଚନା ମିଳିଛି ।
ଗାତ ସୃଷ୍ଟି ହେବା ଫଳରେ କୌଣସି ସମୟରେ ବି ଦୁର୍ଘଟଣା ଘଟିବା ନେଇ ଆଶଙ୍କା ଦେଖାଦେଇଛି । ଗାଁର କିଛି ଯୁବକ ମାନବିକତା ଦେଖାଇ ରାସ୍ତାରେ ଜଗିରହି ଚଳାଚଳ କରୁଥିବା ଯାନ ବାହାନକୁ ସତର୍କ କରାଉଛନ୍ତି । ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁ ପୂର୍ବରୁ ଏହି ଓଭର ବ୍ରିଜରେ କେତେ ବେଳେ ରାସ୍ତାରୁ ପିଚୁ ଉଠି ଛଡ ଦେଖାଯାଉଥିବାର ନଜିର ରହିଛି ।
