ଭଦ୍ରକ, : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବିଭିନ୍ନ ସାର ଦୋକାନରେ ଯାଞ୍ଚ । ସାର କଳାବଜାରୀ ସହିତ ବେଆଇନ ମୂଲ୍ୟବୃଦ୍ଧି ହେଉଥିବା ଅଭିଯୋଗ ହେବା ପରେ ଧାମନଗର କୃଷି ଅଧିକାରୀ ଦୋକାନ ଗୁଡିକୁ ଯାଞ୍ଚ କରିଛନ୍ତି।
ଭଗବାନପୁର ପଞ୍ଚାୟତ ଅନହରପୁର ବଜାର ସମେତ ପ୍ରମୁଖ ସ୍ଥାନ ଗୁଡିକୁ କୃଷି ଅଧିକାରୀ ଗସ୍ତ କରି କାଗଜପତ୍ର ଯାଞ୍ଚ ସହ ଗଛିତ ସାର ବାବଦରେ ତନଖି କରିଥିଲେ। ଏହି ସମୟରେ ନବ ନିମାଣ କୃଷକ ସଗଠନର ସଦସ୍ୟମାନେ ଉପସ୍ଥିତ ରହି କୃଷି ଅଧିକାରୀ ସହ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହା ସହ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଭଣ୍ଡାରିପୋଖରୀ ବ୍ଲକରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟିମ ମଧ୍ୟ ଯାଞ୍ଚ କରିଥିଲେ ।
