ଉତ୍କଳ ଆଲୁମିନା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ଭୁବନେଶ୍ୱର / ଟିକିରି : ପାରିପାର୍ଶ୍ବିକ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ୨୦୨୨ ମାର୍ଚ୍ଚ ୭ ତାରିଖରେ ରାୟଗଡା ଜିଲ୍ଲା ଦୃଷ୍ଟିହୀନତା ନିରାକରଣ ସୋସାଇଟି ସହିତ ମିଶି ପାଇକ କୁପଖାଲ ଗ୍ରାମରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା । ଖଣି ପାରିପାର୍ଶ୍ବିକ ଗ୍ରାମବାସୀଙ୍କୁ ସେମାନଙ୍କ ଦ୍ୱାରଦେଶରେ ଚକ୍ଷୁ ପରୀକ୍ଷା କରାଇବା ଏବଂ ସେମାନଙ୍କ ଆବଶ୍ୟକତା ମୁତାବକ ତାହାର ଚିକିତ୍ସା କରାଇବା ସୁଯୋଗ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଖଣି ପାରିପାର୍ଶ୍ବିକ ଗ୍ରାମଗୁଡିକର ଅଧିବାସୀଙ୍କ ପାଇଁ ଚକ୍ଷୁ ପରୀକ୍ଷା କରିବା, ସେମାନଙ୍କୁ ପାୱାର ଚଷମା, ଔଷଧ ଏବଂ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଅନ୍ୟତ୍ର ପଠାଇବାକୁ ପରାମର୍ଶ ଆଦି ପ୍ରଦାନ କରିବାକୁ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ତପନ ମାହାଲି, ଆଇଆଇସି, ଅଣ୍ଡିରାକଞ୍ଚ ଥାନା ଉଦ୍‍ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍‍, ସିଏସଆର୍‍, ସିଆର୍‍ ଆଣ୍ଡ୍‍ ସଷ୍ଟେନେବିଲିଟି, ଡା. ଏମ୍‍ ସୁରେଶ କୁମାର, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ, ଜିଲ୍ଲା ସଦର ମହକୁମା ହସପିଟାଲ, ରାୟଗଡା, ଶ୍ରୀ ଶରତ ସବର, ତହସିଲଦାର, କାଶୀପୁର, ଶ୍ରୀ ଗିରିଧର ସାହୁ, ଆର୍‍ଆଇ, ମାଇକଞ୍ଚ, ଶ୍ରୀ ରସାନନ୍ଦ ସେଠୀ, ଅପ୍‍ଥାଲମିକ ସହକାରୀ, ଜିଲ୍ଲା ସଦର ମହକୁମା ହସପିଟାଲ, ରାୟଗଡା, ଶ୍ରୀ ଆଶୁତୋଷ ସାହୁ, ସବ୍‍-ଇନ୍ସପେକ୍ଟର, ଅଣ୍ଡିରାକଞ୍ଚ ଥାନା ଉଦ୍‍ଘାଟନି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ସେମାନଙ୍କ ସହିତ ୟୁଏଆଇଏଲ୍‍ର ଅନ୍ୟ ବରିଷ୍ଠ ଅଧିକାରୀଗଣ ଓ ସିଏସଆର୍‍, ପ୍ରଶାସନ ଓ ସିଆର୍‍ ଏବଂ ସଷ୍ଟେନେବିଲିଟି ଟିମ୍‍ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକାଶ କରି ଶ୍ରୀ ତପନ ମାହାଲି ପାରିପାର୍ଶ୍ବିକ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉତ୍କଳ ଆଲୁମିନାର ମହତ ପ୍ରୟାସକୁ ପ୍ରଶଂସା କରିବା ସହିତ ଗ୍ରାମବାସୀ ଆଗେଇ ଆସି ମାଗଣା ଚକ୍ଷୁ ପରୀକ୍ଷା ଶିବିରର ସୁଯୋଗ ନେବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ । ଡା.ଏମ୍‍ ସୁରେଶ କୁମାର, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡିଏଚ୍‍ଏଚ୍‍ ରାୟଗଡା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାର ପ୍ରଶଂସନୀୟ ପ୍ରୟାସକୁ ତାରିଫ କରିଥିଲେ ଏବଂ ଏହି ମହତ୍‍ କାର୍ଯ୍ୟ ନିମନ୍ତେ ଜିଲ୍ଲା ସଦର ମହକୁମା ହସପିଟାଲ ପକ୍ଷରୁ ସମସ୍ତ ଆବଶ୍ୟକ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଚକ୍ଷୁ ଆମକୁ ଦୃଷ୍ଟିଶକ୍ତି ଏବଂ ଏହି ସୌନ୍ଦର୍ଯ୍ୟମୟ ବିଶ୍ୱ ଦେଖିବାର ଶକ୍ତି ଦେଇଥାଏ । ଏହା ଆମମାନଙ୍କ ପାଇଁ ଭଗବାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପହାର । ଡଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏହା ଉଲ୍ଲେଖ କରିବା ସହିତ ଉତ୍କଳ ଆଲୁମିନା ସମାଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ବୋଲି ଭରସା ଦେଇଥିଲେ । ଏହି ଶିବିରରୁ ପୂର୍ଣ୍ଣ ଫାଇଦା ଉଠାଇବାକୁ ସେ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହିତ ଭବିଷ୍ୟତରେ ଏହିଭଳି ଶିବିର ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ସିଏସ୍‍ଆର ଟିମ୍‍ ସଂଚାଳନ କରିଥିଲେ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ତାହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘ ସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସ୍‍ଆର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ଦୃଷ୍ଟି ଦେଉଛି, ମୋଟାମୋଟି ଭାବରେ ୟୁଏଆଇଏଲ୍‍ ଓଡ଼ିଶାର ୮୪ଟି ଗ୍ରାମରେ ନିଜକୁ ନିୟୋଜିତ ରଖିବା ସହିତ ୩୦,୦୦୦ ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି ।

Leave a Reply

Your email address will not be published. Required fields are marked *