ଦାବି ପାଇଁ ସ୍କୁଲ ଛାତ୍ର ଚାଲିଲେ ୩ କିମି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଏନଏସି ଓ୍ବାଡ ନଂ ୧ ଗଡ଼ତୋଳର ଏକମାତ୍ର ବିଦ୍ୟାଳୟ ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏଥିଲାଗି  ଆଜି ସ୍କୁଲର ଛାତ୍ରମାନେ ଏକତ୍ର ହୋଇ ସ୍କୁଲରୁ ବାହାରି ପ୍ରାୟ ୩ କିଲୋମିଟର ଚାଲିଚାଲି ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ପରେ ସ୍କୁଲର ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି । ଖବର ପାଇ ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ ଧାରଣା ସ୍ଥଳକୁ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଛାତ୍ରମାନେ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି କହିଛନ୍ତି ।

ସ୍କୁଲର ସମସ୍ୟାକୁ ନେଇ କିଛି ଦିନ ତଳେ ଅଭିଭାବକମାନେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ‌ଅଭିଭାବକମାନଙ୍କ ଦାବି ଥିଲା ଯେ, ନୂଆପଡ଼ା ସଦର ମହକୁମାର ୩ କିଲୋମିଟର ଦୂରରେ ଏକଲବ୍ୟ ମଡେଲ ସ୍କୁଲ ଅବସ୍ଥିତ ରହିଥିବାରୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଯୋଜନାରୁ ଅବହେଳା କରାଯାଇଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ । ଏହାକୁ ନେଇ ବିଦ୍ୟାଳୟର ପିଟିଏ ସଦସ୍ୟ ସହ ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଓ ବିଦ୍ୟାଳୟର ପିଟିଏ ସମ୍ପାଦକ ଭକ୍ତ ବନ୍ଧୁ ଧାରୁଆ ଓ ସଭାପତି ସନ୍ତୋଷ ମେହେର ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ସହ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ବିଦ୍ୟାଳୟରେ ପାଣି, ଗରମଦିନରେ ଫୋନ୍ ମରାମତି ସହ ଓଡ଼ିଶାରେ ସମସ୍ତେ ଆଦିବାସୀ ବିଦ୍ୟାଳୟଗୁଡ଼ିକରେ କୋଭିଡ ସହାୟତା ରାଶି ମିଳିଲା । ହେଲେ ଏହି ବିଦ୍ୟାଳୟକୁ ମିଳିଲା ନାହିଁ । ସରକାରଙ୍କ ନିୟମ ଅନୁସାରେ ଆଜି ପର୍ଯ୍ୟନ୍ତ ନୂଆ ୬ ଓ ୭ କ୍ଲାସ୍ ର ଛାତ୍ରମାନଙ୍କୁ ପୋଷାକ ସହ ଜୋତା, ବ୍ୟାଗ୍ ଚପଲ୍ ସହ ସହାୟକ ଜିନିଷ ପତ୍ର ମିଳିପାରିନାହିଁ । ଦୂର ଦୁରନ୍ତ ଅଞ୍ଚଳରୁ ଆସୁଥିବା ଅଭିଭାବକମାନେ ଖରା, ବର୍ଷାରେ ପିଲାଙ୍କୁ ଭେଟିବାକୁ ଆସିଥାନ୍ତି, ହେଲେ ତାଙ୍କ ପାଇ ଅପେକ୍ଷା କରିବା ପାଇଁ ଗୃହ ନାହିଁ, ଗେଟ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଥାଆନ୍ତି ।

Leave a Reply

Your email address will not be published. Required fields are marked *