ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଲୋକୟୁକ୍ତଙ୍କ ନିକଟରେ ଅଭିଯୋଗ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ବିଭିନ୍ନ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସାମାଜିକ କର୍ମୀ ବିଭୁତି ଭୂଷଣ ଦାଶ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଏବଂ ସିଡିଏମ୍ଓ ଖୋର୍ଦ୍ଧାଙ୍କୁ ଚିଠି ହୋଇଥିଲେ ମଧ୍ୟ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଶ୍ରୀ ଦାଶ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ମାନବଧିକାର କମିଶନଙ୍କ ନିକଟରେ୧୦୦୧/୧୯ରେ ମାମଲା ରୁଜୁ କରିଥିଲେ । କେଶ ଉପରେ ଶୁଣାଣି କରି ମାନବାଧିକାର କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନ କରିବାରୁ ଶେଷରେ ଶ୍ରୀ ଦାଶ ମୁଖ୍ୟ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଦୁଇ ଓଳି ଖୋଲିବା ପାଇଁ ସରକାରୀ ନିୟମ ଥିବାବେଳେ, ପ୍ରାୟ ସ୍ଥାନରେ ଉପର ଓଳି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଖୋଲୁ ନାହିଁ । ଡାକ୍ତରମାନେ ମନଇଛା ଆସୁଛନ୍ତି ଏବଂ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଫଳରେ ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ବହୁ ହଇରାଣ ହରକତ ହେଉଛନ୍ତି । ଶନିବାର ଅପରାହ୍ନ ରୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ବିଶୋଧନ ଆଳରେ ଓଟି ବନ୍ଦ ରହୁଛି । ଫଳରେ ଦୁର୍ଘଟଣାଗ୍ରସ୍ତ ଏବଂ ଗୁରୁତର ରୋଗୀମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏପରିକି ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ଏହି ସବୁ ସମସ୍ୟାକୁ ନେଇ ଶ୍ରୀ ଦାଶ ଲୋକାୟୁକ୍ତଙ୍କ କୋର୍ଟରେ ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ କୋର୍ଟ କେଶ ନଂ ୭୦୮/୨୧ ଅନୁସାରେ ଫେବୃଆରୀ ୧୭ ତାରିଖରେ ଶ୍ରୀ ଦାଶ କୋର୍ଟ ନିର୍ଦେଶ ଅନୁସାରେ ଉପସ୍ଥିତ ରହି ନିଜର ବୟାନ ରଖିଥିଲେ । ପରେ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଖୋର୍ଦ୍ଧା ସିଡିଏମ୍ଓଙ୍କୁ ୬ ସପ୍ତାହରେ ଚଳିତ ମାସ ୨୮ ତାରିଖରେ ଉତ୍ତର ରଖିବା ପାଇଁ ଅଭିଯୋଗକାରୀଙ୍କ ଅଭିଯୋଗ କପି ସହିତ ନୋଟିସ ପଠାଇଛନ୍ତି । ଏଥିସହିତ ଅଭିଯୋଗକାରୀଙ୍କ ନିକଟକୁ ସମ୍ପୃକ୍ତ ଦିନ ଶୁଣାଣି ପାଇଁ ଉପସ୍ଥିତ ରହିବାକୁ ନୋଟିସ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *