୧୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଫରେଷ୍ଟ ଗାର୍ଡ ଗିରଫ

ବେଲପଡ଼ା ବ୍ଲକ କଁପାଣି ପୋଢଛାପରରେ ମନରେଗା ଯୋଜନାରେ କାମ କରି ପାଉଣା ପାଇବାକୁ  କାମ କରୁଥିବା ଲୋକେ ବାରମ୍ବାର ଧାଉଁଥିଲେ । ୧୬ ହଜାର ଟଙ୍କା ଲାଞ୍ଚ ଦେବାକୁ କଥା ଛିଣ୍ଡିଥିଲା । ଗୁରୁବାର ଅଭିଯୋଗକାରୀ ଶେଷଦେବ ମାଝୀ ରସାୟନ(କେମିକାଲ୍ ଯୁକ୍ତ) ୧୬ ହଜାର ଟଙ୍କା ପାଟଣାଗଡ ବନ ବିଭାଗର ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ୱାଇଁଙ୍କୁ ଦେଇଥିଲେ । ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆ, ରୋହିତ ରଣା, ଝସକେତନ ବାରିକ, ଡି.ପି. ସେଠ ପ୍ରମୁଖ ଚଢଉ କରି ଟଙ୍କା ଜବତ କରିିଥିଲେ । ଗିରଫ କରି ଫରେଷ୍ଟ ଗାର୍ଡଙ୍କୁ ବଲାଙ୍ଗିର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । କାଗଜପତ୍ର କାମ ପରେ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *