ଖୁଲମଖୁଲା ଚାଲିଛି ବେଆଇନ ଗୋଚାଲାଣ

ମୟୁରଭଞ୍ଜ : ଖୁଲମଖୁଲା ଚାଲିଛି ବେଆଇନ ଗୋଚାଲାଣ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଂଚଳ ଦେଇ ୨ ଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଯାଉଥିବା ବେଳେ ଝାରପୋଖରିଆ ପୋଲିସ ହାତରେ ଧରାପଡିଛି । ଅନ୍ୟପକ୍ଷେ ୨ ଟି ଭ୍ୟାନର ଚାଳକ ସହିତ ଅନ୍ୟ ୪ ଜଣ ଥାନାରେ ଅଟକ  । ସୂଚାନୁସାରେ, ରାଇରଙ୍ଗପୁର, ବାଦମପାହାଡ଼, ବିଶୋଇ ଥାନା ଅଞ୍ଚଳରୁ ଝାରପୋଖରିଆ ଥାନା ଦେଇ ଯାଇଥିବା ୪୯ ଜାତୀୟ ରାଜପଥରେ ପଶ୍ଚିମବଙ୍ଗକୁ ବହୁଳ ଭାବେ ବେଆଇନ ଗୋ ଚାଲାଣ ଚାଲିଛି । ପ୍ରଶାସନ ଆଖି ବୁଜି ଦେଇଥିବାରୁ ଅବାଧରେ ଚାଲାଣ ହେଉଛି ଗୋରୁ । ସୋମବାର ବିଳମ୍ବିତ ରାତି ରେ ମଧ୍ୟ ସମାନ ଢଙ୍ଗରେ ରାଇରଙ୍ଗପୁର ଥାନା ଓ ବାଦାମପାହାଡ ଥାନା ଅଞ୍ଚଳରୁ OD 11A8745 ଓ OD 11E 7049  ନମ୍ବର ବିଶିଷ୍ଟ ଭ୍ୟାନ ଦୁଇଟିରେ ପଶ୍ଚିମବଙ୍ଗକୁ ବେନୀୟମ ଗୋ ଚାଲାଣ ହେଉଥିବା ବେଳେ  ଖବର ପାଇ ଝାରପୋଖରିଆ ଥାନାଧିକାରୀ ମୁକ୍ତିକାନ୍ତ କୁଲୁ  ଜାତୀୟ ରାଜପଥର ୪୯ ର ଜାମଶଳା ନିକଟରେ ୨ ଟି ଭ୍ୟାନକୁ ଅଟକାଇ ଥାନାକୁ ଆଣିଥିଲେ । ଭ୍ୟାନରେ ବନ୍ଧା ହୋଇଥିବା ୨୦ ରୁ ଉର୍ଦ୍ଧ ଗୋରୁକୁ ବାଲେଶ୍ଵର ସ୍ଥିତ ଗୋଶାଳକୁ ପଠାଇ ଦେଇଥିବା ବେଳେ ବାଦାମପାହାଡ଼ ଥାନା ଓ ରାଇରଙ୍ଗପୁର ଥାନା ଅଞ୍ଚଳର ଦୁଇ ଜଣ ଡ୍ରାଇଭର ଏବଂ ଅନ୍ୟ ୪ ଜଣକୁ  ଥାନାରେ ଅଟକ ରଖାଯାଇଥିବା ବେଳେ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *