ଗଜପତି : ବାଇକରୁ ମିଳିଲା ବିଦେଶୀ ମଦ । ଗଜପତି କାଶୀନଗର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ଏକ ବାଇକ ଆରୋହୀଙ୍କୁ ଅଟକାଇଥିଲା । ବାଇକରେ ଏକାଧିକ ବ୍ୟାଗ ଲାଗିଥିବାବେଳେ, ସେଥିରୁ ୩୨୫ ଟି ବିଦେଶୀ ମଦ ବୋତଲ ଜବତ କରିଛି ପୋଲିସ । ଏହାସହ ବାଇକ ଚାଳକ ସଂଜୀବ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଆଇଆଇସି ସୁଶାନ୍ତ ସାହୁ ଜାରି କରିଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଅଭିଯୁକ୍ତ ଜଣକ ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବନ୍ଧୁଗୁଡ଼ା ଗ୍ରାମର ବୋଲି ଜଣାପଡିଛି । କେସ୍ ନମ୍ବର ୩୮/୨୧ ରେ ଆଗରୁ ତା’ ନାମରେ କାଶୀନଗର ଥାନାରେ ଏକ ମାମଲା ଥିଲା । ଫେରାର ଥିବାବେଳେ ତାକୁ ଗିରଫ କରିଛି ପୋଲିସ ।
