ରାୟଗଡା/କାଶିପୁର : ( ଆଲାରାମ ଭତ୍ରା )ରାୟଗଡାଜିଲ୍ଲା କାସିପୁର ବ୍ଲକ ଆଇ ସି ଡି ଏସ ଓ ଉତ୍କଳ ଆଲୁମିନା ପ୍ରକଳ୍ପ ର ମିଳିତ ଉଦ୍ୟମରେ ଆଜି ପୁଷ୍ଟି ସାଧନ ସପ୍ତାହ ପାଳିତ ହୋଇ ଯାଇଛି, ଏହି କାର୍ଯ୍ୟ କ୍ରମରେ ମୁଖ୍ୟତଃ ଗର୍ଭବତୀ, ପ୍ରସୂତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ସ୍ୱାସ୍ଥ୍ୟପ୍ରଦ ଓ ପୁଷ୍ଟିକର ଖାଦ୍ୟ ର ସଚେତନତା ଉପରେ ଆଲୋକପାତ କରାଯାଇଥିଲା, କାଶିପୁର ବ୍ଲକ ର କର୍ଯ୍ୟରୋତ 34ଜଣ ଅଙ୍ଗନବାଡ଼ି କର୍ମୀ ଓ ଭିତର ମୂଷକୁନି ଗ୍ରାମର ଅନେକ ମହିଳା ଉପସ୍ଥିତ ରହିଥିଲେ, ଅଞ୍ଚଳର ମହିଳା ମାନେ ତତ୍ପରତା ର ସହ ଗର୍ଭାବସ୍ଥା ସମୟରେ ପୁଷ୍ଟି ସାଧନ ର ଉପକାରିତା ଉପରେ ଅନେକ ପ୍ରଶ୍ନ ପଚାରି ବୁଝି ଥିଲେ,ସେମାନଙ୍କ ସମ୍ମୁଖରେ ଅନେକ ପ୍ରକାର ପୁଷ୍ଟି ସାଧନ ଖାଦ୍ୟ ପ୍ରଦର୍ଶନ କରାଯାଇ ତାହାର ଉପକାରିତା ବିଷୟରେ ବୁଝା ଯାଇ ଥିଲା, ଏହି ପୁଷ୍ଟି ସାଧନ ସପ୍ତାହ ପାଳନ ଅବସରରେ ସୁସ୍ଥ ଶିଶୁ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା ଯେଉଁଥିରେ ଏକ ଶିଶୁ ର ଶାରୀରିକ, ସାମାଜିକ,ମାନସିକ, ମନସ୍ତାତ୍ତ୍ୱିକ ଓ ଭାବଗତ ଦିଗରେ ବିକାଶ ସହ ସାମଗ୍ରିକ ବିକାଶ ଦିଗରେ ବାଲ୍ୟ କାଳର ଯତ୍ନ କିଭଳି ସହାୟକ ହୋଇ ଥାଏ ସେ ବିଷୟରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା, ମହିଳା ମାନଙ୍କୁ ଏ ଦିଗରେ ଉତ୍ସାହ କରିବା ନିମନ୍ତେ କିଛି ମହିଳାଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ, ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ସି ଏସ ଆର, ସି ଆର, ସଷ୍ଟେନିବିଲିଟି ର ମୁଖ୍ୟ ଶ୍ରୀମତୀ ଡ଼ଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ସମସ୍ତ ମହିଳାଙ୍କୁ କୃତଜ୍ଞତା ଜ୍ଞାପନ କରି ଆଗକୁ ଅଞ୍ଚଳ ବାସୀଙ୍କ ନିମନ୍ତେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ,କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କ ସହ କାଶିପୁର ବ୍ଲକ ର ଆଇ ସି ଡି ଏସ ସୂପରଭାଇଜର ଜସୋମଣି ହିଆଲ, ରେଣୁକା ବାଳା ପରିଡ଼ା, ସନ୍ତୋଷ ସାହୁ ଯୋଗ ଦେଇଥିଲେ ଓ ଏହାକୁ ଉତ୍କଳ ଆଲୁମିନା ର ଗୋଜେନ୍ଦ୍ର ନାଏକ, ସତ୍ୟଭାମା ନାୟକ, କାର୍ତ୍ତିକ ସାହୁ ସଂଯୋଜନା ଓ ପରିଚାଳନା କରିଥିଲେ I
