ଜଳୁଛି ୟୁକ୍ରେନ୍, ବଢୁଛି ମୃତ୍ୟୁ ସଂଖ୍ୟା

ୟୁକ୍ରେନ୍ : ଜଳୁଛି ୟୁକ୍ରେନ୍ । ବଢୁଛି ମୃତ୍ୟୁ ସଂଖ୍ୟା । ବୋମା ଓ ରକେଟ୍ ମାଡରେ ୟୁକ୍ରେନର ପ୍ରାୟ ସବୁ ସହର ଛିନଛତ୍ର ହୋଇଯାଇଛି । ଉଭୟ ଦେଶର ସେନା ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ରୁଷିଆ ୟୁକ୍ରେନର ୪ ପ୍ରମୁଖ ସହରକୁ କବଜା କରି ନେଇଛି । ଗୋଟିଏ ପରେ ଗୋଟିଏ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟନ୍ତ୍ରଣକୁ ନେଉଛି ଋଷ । ୟୁକ୍ରେନର ଏକାଧିକ ସାମରିକ ମୁଖ୍ୟାଳୟ, ହସ୍ପିଟାଲ, ସ୍କୁଲ ଓ ଆବାସିକ କୋଠାକୁ ଋଷ ସେନା ମାଟିରେ ମିଶାଇ ଦେଇଛନ୍ତି । ଚାରିଆଡେ କେବଳ ଭଙ୍ଗାଘର ଏବଂ ଶୂନଶାନ ସଡ଼କ । ହତାଶା, ନିରାଶ, ଆତଙ୍କ ଭିତରେ ୟୁକ୍ରେନ୍ । ରୋଜଗାର, ପରିବାର, ସମ୍ପତ୍ତି ସବୁକିଛି ଧ୍ବଂସ ହୋଇଯାଇଛି । ଅନ୍ୟପଟେ ରୁଷର ୨୫୧ ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ ସେନା । ସେହିପରି ସମ୍ମୁଖ ଯୁଦ୍ଧରେ ରୁଷ ୯ ହଜାର ରୁ ଅଧିକ ଯବାନଙ୍କୁ ହରାଇଥିବା କୁହାଯାଉଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେଉଥିଲେ ବି କୌଣସି ନିସ୍କର୍ଷ ବାହାରି ପାରୁନାହିଁ ।

Leave a Reply

Your email address will not be published. Required fields are marked *