ବେଧଡ଼କ ଭାବରେ ଚାଲିଛି କୁକୁଡ଼ା ଲଢେଇ ଖେଳ, ହଜାର ହଜାର ଟଙ୍କାରେ ଲାଗୁଛି ବାଜି

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚାଲିଛି ବେଧଡ଼କ ଭାବରେ କୁକୁଡ଼ା ଲଢେଇ ଖେଳ । ଏଥିସହ ହଜାର ହଜାର ଟଙ୍କାରେ ଲାଗୁଛି ବାଜି । ଏହି ବାଜି ଖେଳରେ ଅନେକ ବ୍ୟକ୍ତି ସର୍ବସାନ୍ତ ହେଉଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ତୁରୁମୁଙ୍ଗା ଥାନା ବୁଢୀକାପୁଡି ପଞ୍ଚାୟତ ନେଉଳି ପଶି ଶାଳ ଜଙ୍ଗଲ ଭିତରେ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଦିନ ୨ ଟା ରୁ ଆରମ୍ଭ ହେଉଛି କୁକୁଡ଼ା ଲଢେଇ ଖେଳ । ଲୋକଙ୍କ ସାମାନ୍ୟ ମନୋରଞ୍ଜନ ପାଇଁ ବଳି ପଡୁଛନ୍ତି ଶହଶହ କୁକୁଡ଼ା । ଆଉ ହାର ଜିତକୁ ନେଇ ହଜାର ହଜାର ଟଙ୍କାର ବାଜି ଖେଳକୁ ନେଇ ଯୁବପୀଢି ପଥଭ୍ରଷ୍ଟ ହେଉଛନ୍ତି । ବାରମ୍ବାର ଅଭିଯୋଗ ହେଲେ ବି ଏଥିପ୍ରତି ତୁରୁମୁଙ୍ଗା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଅଞ୍ଚଳରେ ହେଉଥିବା କୁକୁଡ଼ା ଲଢେ଼ଇ ଓ ବାଜି ଖେଳକୁ ବନ୍ଦକରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *