ଦୁଇ ବର୍ଷ ହେଲା ସାଇତି ରଖାଯାଇଛି ମୃତଦେହ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଦୁଲ ଅଞ୍ଚଳରେ ବଦରୁ ମାଡବି । ତାଙ୍କୁ ଧରିବା ପାଇଁ ପୂର୍ବରୁ ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେ ନ୍ୟାୟ ପାଇବେ ବୋଲି ଅପେକ୍ଷା କରି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ମୃତଦେହକୁ ଦୁଇ ବର୍ଷ ହେବ ସାଇତି ରଖିଛନ୍ତି । ୧୯ ମାର୍ଚ୍ଚ ୨୦୨୦ ରେ ଗଙ୍ଗାଲୁରୁ ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଯବାନଙ୍କ ପକ୍ଷରୁ କୁହାଯାଇଥିଲା । ଏହି ଗୁଳି ବିନିମୟରେ ବଦରୁ ମାଡବି ନିହତ ହୋଇଥିଲା ଓ ସେ ଜଣେ କୁଖ୍ୟାତ ମାଓବାଦୀ ବୋଲି ଯବାନଙ୍କ ପକ୍ଷରୁ କୁହାଯାଇଥିଲା । ଏସବୁକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ ।

ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ । ସେ କହିଛନ୍ତି ଯେ ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଆମକୁ ଘେରି ଯାଇଥିଲେ । ବିନା କାରଣରେ ଯବାନମାନେ ବଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ସାନୁ ସେଠାରୁ ଖସି ପଳାଇ ଆସିଥିଲେ । ପରେ ବଦରୁର ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ମୃତଦେହକୁ ବିଭିନ୍ନ ଜଡିବୁଟି ଏବଂ ତେଲ ପ୍ରଲେପ ଦେଇ ଏକ ଗାତ ଖୋଲି ରଖିଛନ୍ତି । ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *