କଟକ : ଆଠଗଡ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଗୁଡୁପଡା ଗାଁର ପ୍ରକାଶ ସ୍ୱାଇଁ ନିଜ ବ୍ୟାଟେରୀ ଚାଳିତ ଗାଡି ନେଇ ଯାଉଥିବା ସମୟରେ ହଠାତ୍ ନିଆଁ ଲାଗି ଗାଡିଟି ଜଳିଗଲା । ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇ ଆଠଗଡ ଦମକଳବାହିନୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଗତକିଛିଦିନ ତଳେ ଇଚ୍ଛାପୁର ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କର ବ୍ୟାଟେରୀ ଗାଡି ନିଆଁ ଲାଗି ପୋଡି ଯାଇଥିଲା । ତେବେ ବ୍ୟାଟେରୀ ଗାଡିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆଲୋଡନ ସୃଷ୍ଟି ହୋଇଛି ।
