ଯୁବତୀଙ୍କ ଗଳିତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଛି !

ସାନଖେମୁଣ୍ଡି : ପୋଲ କଡ଼ରୁ ଯୁବତୀଙ୍କ ମୃତଦେହ ଠାବ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଞ୍ଜ ଘୋଡ଼ାହାଡ଼ ବ୍ରିଜ୍‌ ନିକଟରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଘୋଡ଼ାହାଡ଼ ବ୍ରିଜ ନିକଟରେ ଜଣେ ଅଚିହ୍ନ ଯୁବତୀଙ୍କ ଗଳିତ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ । ତୁରନ୍ତ ଏନେଇ ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ଯୁବତୀଙ୍କ କେହି ହତ୍ୟା କରି ବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *