ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପାଙ୍ଗୁରୁମିଲା ଗାଁରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ । ନିଜ ଜନ୍ମ କଲା ପୁଅକୁ ହତ୍ୟା କଲେ ବାପା ଓ ନିଜ ଦୁଇ ଭାଇ । ହତ୍ୟା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ବାପା ଓ ଭାଇ ମିଶି ପୋତିଦେଲେ ମୃତଦେହ । ମୃତକ ହେଲେ ଚୈତନ୍ୟ ପୂଜାରୀ l
ଖବର ପାଇ ବାଲିଗୁଡା ପୋଲିସ ତଦନ୍ତ ଆରମ୍ଭ କରିଛି । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତରେ ମୃତଦେହ ପୋତିଥିବା ସ୍ଥାନକୁ ଦେଖାଇଲା ହତ୍ୟାକାରୀ ବାପା । ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ବାଲିଗୁଡା ପୋଲିସ ।
