ସରକାରୀ ଗାଡିରୁ ବ୍ରାଉନସୁଗାର ଜବତ

ପୁରୀ  : ସରକାରୀ ଗାଡିରୁ ବ୍ରାଉନସୁଗାର ଜବତ । ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ପୁରୀ ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା । ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ। ଗିରଫ ୨ ଜଣ ଭୁବନେଶ୍ବର ଓ ଜଣେ ସତ୍ୟବାଦୀ ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ପୁରୀକୁ ଏହି ତିନି ଅଭିଯୁକ୍ତ ବ୍ରାଉନସୁଗାର ସପ୍ଲାଇ କରୁଥିଲେ। ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବାଇକ୍ ଏବଂ ୫ଟି ମୋବାଇଲ ସହ ଛୋଟ ଓଜନ ମେସିନ ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ୬ଟି ମାମଲା ରୁଜୁ କରାଯିବା ସହ ୧୫ ଜଣଙ୍କୁ ଗିରଫ କରାଯାଇଛି । ୧୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି STF । ଯାହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *