ଚୋରାଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ

ଢେଙ୍କାନାଳ : ଅରୁଣାଚଳ ପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ ହୋଇ ଆସୁଥିବା ବିପୁଳ ପରିମାଣର ବିଦେଶୀ ମଦକୁ ଅବକାରୀ ବିଭାଗ ଜବତ କରିଛି । କଣ୍ଟେନର୍‌ର ଉପର ପ୍ଲେଟ୍ ଗ୍ୟାସ୍‌ କଟରରେ କାଟି ଭିତରୁ ଶହ ଶହ ପେଟି ମଦ ବାହାର କରାଯାଇଥିଲା । ଏଥିପାଇଁ କର୍ମଚାରୀମାନଙ୍କୁ ଦୀର୍ଘ ଲାଗିଥିଲା ୯ ଘଣ୍ଟା । ଚୋରା ମଦ ଚାଲାଣ ସଂପର୍କରେ ଖବରପାଇ ଅବକାରୀ କମିସନର ଆଶିଷ ସିଂହ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ । ଆର୍‌ଜେ-୩୨ଜିଏ-୮୨୦୫ ନମ୍ବର ୧୨ ଚକିଆ ଟାଟା ଟ୍ରକ୍‌ରେ ବୋଝେଇ ହୋଇଥିବା ଏକ ୱାଟର ଫିଲ୍ଟର କଂଟେନରରେ ଏହି ଆସାମ ବିଦେଶୀ ମଦ ଚାଲାଣ ହୋଇଆସୁଥିବା ସଂପର୍କରେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ କମିସନର ସୂଚନା ଦେଇ ତାହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ କଂଟେନରଟି ଢେଙ୍କାନାଳ ଭିତରକୁ ହିନ୍ଦୋଳ ପଟୁ ପ୍ରବେଶ କରିବା ବେଳେ, ଗତକାଲି ରାତିରେ ହିନ୍ଦୋଳ ବ୍ଲକ୍‌ ବାଉଁଶ ପୋଖରୀ ଠାରେ ଜଗି ରହିଥିବା ମୋବାଇଲ୍ ସ୍କ୍ବାଡ୍ ଚଢ଼ଉ କରି ତାହାକୁ ଜବତ କରିଥିଲେ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *