ପ୍ରଥମ ଥର ପାଇଁ ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର

କରଞ୍ଜିଆ : ପ୍ରଥମ ଥର ପାଇଁ ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର । ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ତେବେ ମୟୁରଭଞ୍ଜରେ ପ୍ରଥମ ପୋଷଣ କେନ୍ଦ୍ର ଭାବେ ରହିଥିବା ବେଳେ, ଶିଶୁ ଓ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ଓପିଲିପି ମାଧ୍ୟମରେ ଏହା ପରିଚାଳିତ ହେଉଛି । ଏହି ପୋଷଣ କେନ୍ଦ୍ରକୁ କରଞ୍ଜିଆ ଉପଜିଲ୍ଲାପାଳ ଉଦ୍‌ଘାଟନ କରିବା ସହ କିଭଳି ଭାବେ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଗର୍ଭବତୀ ଓ ପ୍ରସୂତି ମାଆମାନେ ପାଇବେ । ସେନେଇ ଜଶୀପୁରରେ ଥିବା ଖଡ଼ିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *