ତହସିଲଦାର ଓ ଫାଣ୍ଡି ଅଧିକାରୀଙ୍କ ମୁଖା ଖୋଲିଲେ ଗ୍ରାମବାସୀ

ରେଙ୍ଗାଲିକେମ୍ପ : ବାଲି ମାଫିଆଙ୍କ ଆକ୍ରମଣରେ ଜଗଦୀଶ କ୍ଷେତୀ ଗୁରୁତର ହୋଇଥିଲେ। ଏନେଇ ସେ ବାଲି ମାଫିଆଙ୍କ ବିରୋଧରେ ଗୋଡ଼ଭଗା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।ହେଲେ ଫାଣ୍ଡି ଅଧିକାରୀ  ତାଙ୍କ ବିରୋଧରେ ଦଫା ୩୦୭ ଲଗାଇ ନ ଥିଲେ କି ଆକ୍ରମଣ କାରୀଙ୍କ ନାମ ରେ ଅଭିଯୋଗ କଲାପରେ ମଧ୍ୟ ସେ  ସେମାନଙ୍କୁ ଗିରଫ କରି ନଥିବା ନେଇ ଆଜି ପୋଡବାଡି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପ୍ରଥମେ   ଅତାବିରା ତହସିଲଦାର ଙ୍କ ବାସ ଭବନ ଓ ପରେ ଗୋଡ଼ଭଗା ଫାଣ୍ଡି କୁ ଘେରାଉ କରିଥିଲେ। ଗ୍ରାମବାସୀଙ୍କ ସମ୍ମୁଖରେ ପ୍ରଥମେ  ସତ କଥା ପ୍ରକାଶ କରି  ତହସିଲଦାର ଦୁର୍ଯ୍ୟୋଧନ ଭୋଇ କହିଥିଲେ ସେଇ ବାଲି ଘାଟ  ଠିକା ଲାଗିନି ବୋଲି।କିନ୍ତୁ ଯେତେବେଳେ  ଗ୍ରାମବାସୀ ପ୍ରଶ୍ନ କରିଥିଲେ  , ବାଲି ଠିକା ନ ଲାଗି  ବାଲି ମାଫିଆ ମାନେ ଦିନ ଦିପହରେ ବlଲି ଚୋରି କରି ଜାତୀୟ  ରାଜପଥ ଦେଇ ବିନ୍ଦାସ ନେବା ଆଣିବା କରୁଛନ୍ତି, ତଥାପି କାହିଁକି ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠନ ନିଆଯାଇ ନାହିଁ,ତହସିଲଦାର  ମଧ୍ୟ ଏଥିରେ ମିଶି ଏହି ବାଲି ମାଫିଆଙ୍କ ଠାରୁ ଲାଞ୍ଚ ଖାଇ ଚୁପ୍ ମାରି ବାସିରହିଛନ୍ତି । ଆପଣ ମାନେ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି।ଏମିତି ଅନେକ କଥା କହି ଗlଲି ଗୁଲଜ କରିଥିଲେ।ଫଳରେ ନିଜକୁ ବଞ୍ଚାଇବାକୁ ଯାଇ ସେ ପରେ ବାଲି  ଘାଟ ଠିକା  ଲାଗିଛି ବୋଲି ମିଛ କହିଥିଲେ।ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତହସିଲଦାର ବାଲି ମାଫିଆଙ୍କ ମିଳି ଭଗତ ରେ ଏହିସବୁ କାମ ଚାଲିଛି।ବାଲି ମାଫିଆ ମାନେ ଅଞ୍ଚଳରେ ଦିନକୁ ଦିନ ମାଫିଆ ରାଜ୍ କରୁଛନ୍ତି।ଉତ୍ୟକ୍ତ ଗ୍ରାମବାସୀ  ଙ୍କୁ ତହସିଲଦାର  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ  ଗ୍ରାମବାସୀ ଗୋଡ଼ଭଗା ଫାଣ୍ଡି କୁ ଘେରି ଥିଲେ।ନିତି ଦିନିଆ ଭାବେ ଏହି ରାସ୍ତା ଦେଇ ବାଲି ବୋଝେଇ ବଡ ବଡ ଗାଡ଼ି ଗୁଡ଼ିକ  ଦୃତ ଗତିରେ ଯାଉଛି।ଆଗରୁ ଅନେକ ପ୍ରକାର ର ଦୁର୍ଘଟଣା ଘଟି ସାରିଛି।ଏନେଇ ଅନେକ ଥର ଫାଣ୍ଡିରେ ଅଭିଯୋଗ ମଧ୍ୟ କରାଯାଇଛି ହେଲେ  ଫାଣ୍ଡି ଅଧିକାରୀ କିଛି ନ ଜାଣିଲା ପରି ଚୁପ୍ ବସିଛନ୍ତି।ଗତ କାଲି  ଗୋଟିଏ ବାଲି ବୋଝେଇ ଗାଡ଼ି  ଦୃତ ଗତିରେ ଯାଉଥିବା ଦେଖି ଜଣେ  ଶିକ୍ଷକ ତାଙ୍କୁ ଧୀରେ ଧିରେ ଗାଡ଼ି ନେବା ପାଇଁ କହିଥିଲେ। ତାର ଅଧ ଘଣ୍ଟା ପରେ ସେହି ବାଲି ମାଫିଆ ତିନି ଜଣ ଭୁଜାଲି ଧରି ଉକ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।କିନ୍ତୁ  ଅଭିଯୋଗ ପରେ ବି ଫାଣ୍ଡି ଅଧିକାରୀ ସେମାନଙ୍କୁ ଗିରଫ କରିବା ର ଦୂର କଥା ତାଙ୍କ ନାମରେ ୩୦୭ଧାରା ବି ଲଗାଇ ନାହାନ୍ତି।ତେଣୁ ଜନତା ଉତ୍ୟକ୍ତ  ହେବ ସ୍ଵାଭାବିକ।ଫାଣ୍ଡି ଅଧିକାରୀ ବିପିନ ବାଗ ବାଲି ମାଫିଆଙ୍କ ସହ ମିଶି ସେ ମଧ୍ୟ ସାଧାରଣ ଜନତାଙ୍କ ଭକ୍ଷକ ସାଜିଛନ୍ତି ।ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ରହିଛି କିନ୍ତୁ ଏହି ଫାଣ୍ଡି ଅଧିକାରୀ ମହାଶୟ ଦୁର୍ବୃତ୍ତ ବାଲି ମାଫିଆଙ୍କ ସହ ମିଶି ସାଧାରଣ ଜନତାଙ୍କ ଭକ୍ଷକ ସାଜିଛନ୍ତି।ଦୀର୍ଘ ଦିନ ଧରି  ତହସିଲଦାର ଓ ଫାଣ୍ଡି ଅଧିକାରୀ ବାଲି ମାଫିଆଙ୍କ ଘଣ୍ଟା ଘୋଡାଇ ନିଜ ପକେଟ  ଗରମ କରି ଆସୁଥିଲେ।ଯାହା ଆଜି ଏହି ଗ୍ରାମବାସୀ ତାଙ୍କର ଭଦ୍ର ମୁଖା ଖୋଲିଛନ୍ତି।ପୋଲିସ ପ୍ରଶାସନ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଓହରିଥିଲେ।ତେବେ ଦେଖାଯାଉ ଏହି ଭଦ୍ର ମୂଖା ଧlରି  ପ୍ରଶାସନିକ ଅଧିକାରୀ ମାନେ  ଏହି ବାଲି ମାଫିଆ ମାନଙ୍କ ବିରୋଧରେ କିଛି ପଦକ୍ଷେପ ନେଉଛନ୍ତି ନା ପୁଣି ସେମାନଙ୍କୁ   ଘଣ୍ଟ ଘୋଡାଇ ନିଜର ପକେଟ୍ ଆହୁରି ଗରମ କରୁଛନ୍ତି।

Leave a Reply

Your email address will not be published. Required fields are marked *