ରାଜଧାନୀରୁ ୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର : ଆଜି ରାଜଧାନୀରୁ ଜବତ ହୋଇଛି ୧୨ କୋଟି ଟଙ୍କାର ସୁନା । ମୁମ୍ବଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜିଆରପି ଜବତ କରିଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା । ସୁନା ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ୪ ଜଣଙ୍କ ଅଟକ ରଖାଯାଇଛି । ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *