ଏ ବର୍ଷ ୨ ଥର ହେବ ଜେଇଇ ମେନ, ମାର୍ଚ୍ଚ ୧ ରୁ ୩୧ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର : ଏ ବର୍ଷ ୨ ଥର ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ । ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ବିତୀୟ ଜେଇଇ (ମେନ୍) ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମେ ୨୪ ରୁ ୨୯ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ତେବେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ପାଇଁ ମାର୍ଚ୍ଚ ୧ ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ୨ ଟି ସିଫ୍ଟରେ ହେବ ପରୀକ୍ଷା । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *