ହତ୍ୟା ନା ଆଉ କିଛି ?

ବ୍ରହ୍ମଗିରି : ବାତ୍ୟା ଆଶ୍ରାୟସ୍ଥଳୀ ନିକଟରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା  ସାତପଡ଼ା ଅଞ୍ଚଳରୁ ଠାବ ହୋଇଛି ମୃତଦେହ । ମୃତ ଯୁବକ ବାଲୁଗାଁ ଅଞ୍ଚଳର ରତ୍ନାକର ସ୍ୱାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ରତ୍ନାକର ସାତପଡ଼ା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ହେଲେ ଆଜି ସାତପଡ଼ା ବାତ୍ୟା ଆଶ୍ରୟସ୍ଥଳୀ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ସାତପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା , ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଆଉ ଯଦି ଏହା ସ୍ୱଭାବିକ ମୃତ୍ୟୁ ହୋଇଛି , ତାହାଲେ କାରଣ କଣ । ସେନେଇ ଖୋଲତାଡ଼ ଜାରି ରଖିଛି ସାତପଡ଼ା ଫାଣ୍ଡି ପୋଲିସ । ଖୁବଶୀଘ୍ର ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *