ସାଲେପୁର : ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତର ସରପଞ୍ଚ ନିର୍ବାଚନ ସ୍ଥଗିତ । ମୃତକଙ୍କ ନାମ ନମିତା ବେହେରା ବୋଲି ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ନମିତା ବେହେରା ନିର୍ବାଚନ ଲଢୁଥିଲେ । ହେଲେ ହଠାତ୍ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଏହାପରେ ତୁରନ୍ତ ହେବାକୁ ଥିବା ଯଶପଡ଼ା ପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏନେଇ ସାଲେପୁର ବିଡିଓ ରାଜିବ ଲୋଚନ ପରିଡ଼ା ସୂଚନା ଦେଇଛନ୍ତି ।
