ନିର୍ବାଚନ ଆଚରଣ ବିଧି ଉଲଂଘନ କରି ବିଧାୟକ ହେଲେ ହଟହଟା

ଖୋର୍ଦ୍ଧା : ରାତି ପାହିଲେ ଭୋଟ । ହେଲେ ଏହା ପୂର୍ବରୁ ହଟହଟା ହେଲେ ବିଧାୟକ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ କୌଣସି ଦଳୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ, କି କୌଣସି ସଭା ସମିତି ହୋଇପାରିବ ନାହିଁ ।  ମାତ୍ର ଏହାକୁ ଖୁଲମ ଖୁଲା ଉଲଘଂନ କରିଛନ୍ତି ୨୭ ନମ୍ବର ଜୋନ୍ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଛୋଟରାୟ । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ପ୍ରଦୀପ ସାହୁଙ୍କୁ ସାଙ୍ଗରେ ଧରି ଖଣତି ଗାଁର ଏକ ମନ୍ଦିରରେ ଉକ୍ତ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଡାକି ସଭା କାର୍ଯ୍ୟ କରିବାକୁ ଚେଷ୍ଟା କରିଥିବାବେଳେ, ଏହାକୁ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଦର୍ଶ ଆଚରଣ ଵିଧି ଉଲଘଂନ ହେଉଥିବା ଅଭିଯୋଗ ଆଣି ସେଠାରେ ହୋହଲ୍ଲା କରିଥିଲା । ପରିସ୍ଥିତି ଏମିତି ହୋଇଥିଲା ବାଧ୍ୟ ହେଇ ବିଜେଡି କର୍ମୀ ଏବଂ ବିଧାୟକ ସେଠାରୁ ଫେରିଥିଲେ । ତେବେ ଏଥିନେଇ ବିଧାୟକଙ୍କ ଠାରୁ କୌଣସି ମତାମତ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *